om academy

ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଜିଲ୍ଲା ଆୟୋଜନ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsm
  • ବିଶ୍ୱ ମୂଳ ନିବାସୀ ଆଦିବାସୀ ଦିବସକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା : ଆଦିବାସୀ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଛୁଟି ମଞ୍ଜୁର ପ୍ରଦାନ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଶ୍ଵ ମୂଳ ନିବାସୀ ଆଦିବାସୀ ଦିବସକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିବାକୁ ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଜିଲ୍ଲା ଆୟୋଜନ ସମିତି ବଲାଙ୍ଗିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଲିଖିତ ଦାବୀପତ୍ର ଉଲ୍ଲେଖ ରହିଛି ଯେ, ରାଜ୍ୟରେ ସମୁଦାୟ ଜନସଂଖ୍ୟାର ପ୍ରାୟ ୨୪ ଭାଗ ଆଦିବାସୀ ସଂପ୍ରଦାୟ ଲୋକ ବସବାସ କରନ୍ତି । ଯାହାକି ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାର ଲୋକ ସଂଖ୍ୟା ୪ କୋଟି ୧ ଲକ୍ଷ । ରାଜ୍ୟରେ ମୂଳ ନିବାସୀ ଆଦିବାସୀ ଜନଜାତିଙ୍କ ତାଙ୍କର ସ୍ୱତନ୍ତ୍ର ପରିଚୟ ଜୀବନ ଧାରଣ, ବାସସ୍ଥାନ ପ୍ରାକୃତିକ ପରିବେଶ ଉପରେ ପର୍ଯ୍ୟବେଶିତ । ସେମାନେ ସାଧାରଣତଃ ସରଳ ନିଷ୍କପଟ ହେତୁ ଅନ୍ୟମାନଙ୍କ ଦ୍ଵାରା ନିର୍ଯ୍ୟାତିତ ଓ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଆଦିବାସୀମାନଙ୍କ ଭାଷା ପରମ୍ପରା ସଂସ୍କୃତି, ମାନବିକ ଅଧିକାର, ପରିବେଶ ପ୍ରତି ଅବଦାନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳ, ଜଙ୍ଗଲ, ଜମି, ଜୀବନ ଜୀବିକାର ସୁରକ୍ଷା ଓ ଅଧିକାରକୁ ସମ୍ମାନ ସହ ସାମାଜିକ, ଅର୍ଥନୈତିକ ବିକାଶ ତଥା ପାରମ୍ପରିକ ପ୍ରାକୃତିକ ଉତ୍ସର ସୁରକ୍ଷା ନିତାନ୍ତ ଆବଶ୍ୟକ । ତାଙ୍କର ମର୍ଯ୍ୟାଦା ପୂର୍ଣ୍ଣ ଅଧିକାର, ନ୍ୟାର୍ଯ୍ୟ ଦାବୀ, ପରିବେଶ ପ୍ରତି ଅବଦାନକୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ପାଇଁ ସଂପୃକ୍ତ ରାଷ୍ଟ୍ରସଂଘର ସାଧାରଣ ପରିଷଦର ସଂକଳ୍ପ ସଂଖ୍ୟା ୪୯/୨୧୪ ତା ୧୨ ଡିସେମ୍ବର ୧୯୯୪ରେ ୯ ଅଗଷ୍ଟକୁ ବିଶ୍ଵ ମୂଳ ନିବାସୀ ଦିବସ ରୂପେ ଘୋଷଣା କରି ପାଳନ କରିଛନ୍ତି । ତତ୍ ସହିତ ୧୯୯୪- ୨୦୦୪କୁ ୨୦୦୪ରୁ ୨୦୧୪, ଦ୍ଵିତୀୟ ମୂଳ ନିବାସୀ ଦିବସ ଦଶନ୍ଧି ଭାବେ କାର୍ଯ୍ୟ ଓ ମର୍ଯ୍ୟାଦା ପାଇଁ ଦଶନ୍ଧି ବାର୍ତ୍ତା ରହି ସଦସ୍ୟ ଦେଶମାନେ ପାଳନ କରିସାରିଛନ୍ତି । ଦେଶ ୩୦ ଅକ୍ଟୋବର ୧୯୪୫ରୁ ସଂଯୁକ୍ତ ରାଷ୍ଟ୍ର ସଦସ୍ୟତା ଗ୍ରହଣ କରିଥିବା ବେଳେ ପ୍ରକୃତ ପ୍ରଚାର ପ୍ରସାର ସଚେତନତା ଦିଗରେ ଅଭାବରୁ ଦିବସର ମୂଳ ଲକ୍ଷ୍ୟ ସାଧିତ ହୋଇ ପାରୁନାହିଁ ହେଲେ ଆନନ୍ଦର ବିଷୟ ବିଶ୍ଵ ମୂଳ ନିବାସୀ ଦିବସ ପାଳନ କରିବା ପାଇଁ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ୯ ଅଗଷ୍ଟକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିଛନ୍ତି ବୋଲି ଦାବୀପତ୍ରରେ ଦର୍ଶାଇଛନ୍ତି । ଚଳିତ ବର୍ଷ ୯ ଅଗଷ୍ଟକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିବା ସହିତ ଆଦିବାସୀ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଭାବରେ ଛୁଟି ମଞ୍ଜୁର ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି । ‌ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଜିଲ୍ଲା ଆୟୋଜନ ସମିତିର ଅଧ୍ୟକ୍ଷ ଶ୍ୟାମସୁନ୍ଦର ଭୋଇ, ମହାସଚିବ ରାମଚନ୍ଦ୍ର ଧରୁଆ, ଲେକୃଧରୁଆ, ପ୍ରତାପ ଧରୁଆ, ଗଣେଶ ମାଝୀ, ଗୋପାଳ ପ୍ରଧାନ, ମିନକେତନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.