csstore

ତାଲପାଲି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୃହ ଓ ପାଠାଗାର ଉନ୍ମୋଚନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ତାଲପାଲି ଗ୍ରାମ ପଞ୍ଚାୟତ ପରିସରରେ ନବ ନିର୍ମିତ ନିର୍ବାହୀ ଅଧିକାରୀ କୋଠା ଓ ପାଠାଗାର ଗାଇସିଲାଟ ବ୍ଲକ ବିଡିଓ ନିରଂଜନ ସା’ଙ୍କ କର କମଳରେ ଉଦଘାଟିତ ହୋଇ ଯାଇଛି । ଏହି ଅବସରରେ ତାଲପାଲି ସରପଞ୍ଚ ସୁଶାନ୍ତ କୁମାର ସାହୁ, ସମିତି ସଭ୍ୟ ମାନଭଂଜନ ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦ, କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମୁନୀ, ଜେଇ ସୁଧିର କୁମାର ନାଥ, ଏପିଓ ଅନୁପମା ସାହୁ, ଜିଆରଏସ ସୁଦର୍ଶନ ବେହେରା ଉପସ୍ଥିତ ଥିଲେ । ଅଂଚଳର ବରିଷ୍ଠ ନାଗରିକ ନାରଦ ବରିହା, ଚୈତନ୍ୟ ସାହୁ ପ୍ରମୋଦ କୁମାର ଦେବତା, ବିନାୟକ ପ୍ରସାଦ ଗୁରୁ, ଶେଷଦେବ ଦାଶ, ବିପିନ ବିହାରି ସାହୁ, ଝସକେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.