csstore

ଜି. ପି. ଏଲ୍‌. ଏଫ. କର୍ମୀ ସଂଘ ତରଫରୁ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜି. ପି.ଏଲ୍‌. ଏଫ୍‌. କର୍ମୀ ସଂଘ ତରଫରୁ କାର୍ଯ୍ୟରତ ଥିବା ଏମ୍‌ବିକେ, ସିଆର୍‌ପିସିଏମ୍‌, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାନେ ଦୀର୍ଘ ୬ ମାସ ହେଲା ତାଙ୍କ ଦରମା କିମ୍ବା ବର୍ଦ୍ଧିତ ପାଉଣା ମିଳି ନଥିବା ଯୋଗୁଁ ଆଜି ବୁଧବାର ଦିନ ମିଶନ ଶକ୍ତି ଭବନରେ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ଯଦି ଏ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏହି ପରିପେକ୍ଷୀରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଉଦ୍ଦେଶ୍ୟରେ ଏକ ସମ୍ମଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଉକ୍ତ ୬ ଗୋଟି କ୍ୟାଡ଼ ସଇଁତଲା ବ୍ଲକରେ ଥିବା ମିଶନ ଶକ୍ତି ଓ ଓଏଲ୍‌ଏମ୍‌ ବିଭାଗ ଦ୍ୱାରା ପରିଚାଳିତ ହେଉଛି । ଯାହା ଫଳରେ ଦୀର୍ଘ ୬ ମାସ ହେଲା କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ବର୍ଦ୍ଧିତ ଓ ଦରମା ପାଉଣା ନମିଳିବା ଯୋଗୁଁ ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ ସଇଁତଲା ବିଡ଼ିଓଙ୍କୁ ଭେଟି ଗତ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ଦରମା ପାଇନାହିଁ । ଯାହା ଫଳରେ କର୍ମୀମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ଏଥିରେ ବ୍ଲକ ସଭାନେତ୍ରୀ ମାଳତି ମହାନନ୍ଦଙ୍କ ନେତୃତ୍ୱରେ ବ୍ଲକ ସମ୍ପାଦିକା ମଞ୍ଜରୀ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରମୋଦା ରାଜପଲିଆ, ଉପ ସଭାନେତ୍ରୀ ସଂଜୁ ମରାତ, ଯୁଗ୍ମ ସମ୍ପାଦିକା ସସ୍ମିତା ନାଗ ପ୍ରମୁଖ ଉପସ୍ଥିତରେ ଏମ୍‌ବିକେ ନୀଳିମା ବଗର୍ତି, ପ୍ରମୋଦିନୀ କର୍ମୀ, ନମିତା ପୁଟେଲ, ପୁଷ୍ପାଞ୍ଜଳି କୁମ୍ଭାର, ଜୟମା ଯାନୀ, ସଂଯୁକ୍ତା ଦାସ, ଛାୟାମଣି, ସୁନିତା ପାତ୍ର, ସୀମନ୍ତଣୀ ବେହେରା, ବେବି ଭୋଇ, ସାବିତ୍ରୀ ରାଜହଂସ, ରିଙ୍କି ସାହୁ, ଗିରିସୁତା ସାହୁ, ପ୍ରାଣୀ ମିତ୍ର ନରିୟମ ବାଗଙ୍କ ସମେତ ସିଆର୍‌ପିସିଏମ୍‌, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଓ କୃଷି ମିତ୍ର ପ୍ରମୁଖ ଦାବିପତ୍ର ସମୟରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.