ଜଳ ପରିମଳ ମିଶନ କର୍ମଚାରୀ ସଂଘ ତରଫରୁ ପୁନଃ ନିଯୁକ୍ତି ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର (କେପିଏନ୍‌ଏସ୍‌) : ରାଜ୍ୟରେ ୩୦ଟି ଜିଲ୍ଲାର ୩୫ଟି ଜଳ ଓ ପରିମଳ ଖଣ୍ଡ ଅଧୀନରେ ପୂର୍ବରୁ ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ପଦ ପଦବୀରେ କାର୍ଯ୍ୟରତ ଥିବା ୭୪୪ ଜଣ କର୍ମଚାରୀମାନଙ୍କୁ ୭ ମାର୍ଚ୍ଚ ୨୦୧୯ ମସିହାରେ ଛଟେଇ କରି ନୂତନ ଭାବେ ଭାବେ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତି ଦିଆଯାଇଥିଲା । ଏହାର ପ୍ରତିବାଦ କରି କର୍ମଚାରୀମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏହାର ବିଚାର କରି ଉଚ୍ଚ ନ୍ୟାୟାଳୟର ୯/୪/୨୦୧୯ରେ ରାଜ୍ୟ ସରକାରଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ହୋଇଥିଲା । ତଥାପି ସରକାର ପୁନଃ ନିଯୁକ୍ତି ଦେଇନଥିବାରୁ ସଂଘ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ପୁଣିଥରେ ସଂଘ ପକ୍ଷରୁ ଅପିଲ କରାଯାଇଥିଲା । ଅପିଲର ଶୁଣାଣି କରି ଉଚ୍ଚ ନ୍ୟାୟାଳୟର ବିଗତ ତା ୩/୨/୨୦୨୩ରେ ରାଜ୍ୟ ସରକାରଙ୍କୁ ପୁଣି ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲା । କୌଣସି ପଦକ୍ଷେପ ନେଉନଥିବାରୁ ବଲାଙ୍ଗିର ଗସ୍ତରେ ୫-ଟି ଅଧ୍ୟକ୍ଷ ଆସିଥିବା ସମୟରେ ଅଭିଯୋଗ ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ବାରମ୍ବାର ଅଭିଯୋଗ ହୋଇଛି ତଥାପି ରାଜ୍ୟ ସରକାର ତରଫରୁ କୌଣସି ପଦକ୍ଷେପ ନିଆନଯିବାରୁ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଳ ପରିମଳ ମିଶନ କର୍ମଚାରୀ ସଂଘ ତରଫରୁ ସାଧାରଣ ସମ୍ପାଦକ ପ୍ରମୋଦ ବଗର୍ତ୍ତି ପୁଣି ଥରେ ରାଜ୍ୟ ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିର୍ଦ୍ଦେଶକ ପଞ୍ଚାୟତିରାଜ ଓ ପାନୀୟଜଳ ଓ ୫-ଟି ଚେୟାରମେନଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି ଓ ପୁନଃ ନିଯୁକ୍ତି ପାଇଁ ଆଶାବାଦୀ ଅଛନ୍ତି ।

Leave A Reply

Your email address will not be published.

eleven + 3 =