pakka

ଦାବଯୋରୀକୁ ନୂତନ ପଞ୍ଚାୟତ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରାନ

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଳା ପଞ୍ଚାୟତର ଦାବଯୋରୀ ଗାଁକୁ ନୂତନ ପଞ୍ଚାୟତ ଗଠନରେ ସାମିଲ କରିବା ପାଇଁ ଦାବୀ ହୋଇଛି । ଏ ନେଇ ସୋମବାର ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଅଞ୍ଚଳର ୬ ଗୋଟି ଗ୍ରାମର ଜନସାଧାରଣ ଚେତାବନୀ ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ, କରମତଳା ପଞ୍ଚାୟତ ଅଧୀନରେ ଥିବା ଦାବଯୋରୀ ଗାଁର ଭଣ୍ଡାରବାଞ୍ଜି, ଲୁଥାକେନ, ଭୋରପଡା, ଝିମନପାଲି ଓ ଭିରକାପଡା ଗ୍ରାମବାସୀମାନଙ୍କୁ ନେଇ । ଏଥିରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକରୁ ଅଞ୍ଚଳବାସୀ ବାଦ ପଡୁଛନ୍ତି । ଏପରିକି କରମତଲା ପଞ୍ଚାୟତରୁ ଦାବଯୋରୀର ଦୂରତ୍ୱ ୧୨ କିମି, ଭଣ୍ଡାରବାଞ୍ଜିର ଦୂରତ୍ୱ ୧୬ ଓ ଭିରକାପଡା ଗାଁର ଦୂର ୧୫ କିମି ରହିଅଛି । ଯାହାଫଳରେ ଲୋକେ କୌଣସି କାମ ପାଇଁ ପଞ୍ଚାୟତକୁ ଯିବା ପାଇଁ ହଇରାଣ ହରକତ ହେଉଛନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ନିତ୍ୟାନନ୍ଦ ଯାନୀ, ରାଧେଶ୍ୟାମ ପାତ୍ର, ସୁରେଶ ପାତ୍ର, ଉପେନ୍ଦ୍ର ପାତ୍ର ଓ ବିନୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × 4 =