pakka

ମା’ସମଲେଶ୍ୱରୀ ଏନ୍‌ଏସି ସଫେଇ କର୍ମଚାରୀ ସଂଘ ପକ୍ଷରୁ ୫ଦଫା ଦାବୀପତ୍ର ପ୍ରଦାନ

bbehera

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ମା’ସମଲେଶ୍ୱରୀ ଏନ୍‌ଏସି କର୍ମଚାରୀ ସଂଘ ପକ୍ଷରୁ ଏକ ୫ଦଫା ଦାବୀ ପତ୍ର ଆଜି ତୁଷୁରା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଦର୍ଶାଇଯାଇଛି, ସାତ ମାସ ହେଲାଣି ଇପିଏଫ୍‌ ଟଙ୍କା କଟୁଥିଲେ ମଧ୍ୟ ଇପିଏଫ୍‌ ନମ୍ବର ଦିଆଯାଉ ନାହିଁ, ଏହା ବିରୁଦ୍ଧରେ ଯିଏ କହିଲେ ତାକୁ ଛଟେଇ କରାଯାଉଛି ଏଣୁ ତୁରନ୍ତ ଛଟେଇ କରିଥିବା କର୍ମଚାରୀଙ୍କୁ ପୁନଃ ରଖାଯାଉ, ମନଇଚ୍ଛା ଛଟେଇ ବନ୍ଦ କରାଯାଉ, ପ୍ରତ୍ୟେକ ମାସର ୭ ତାରିଖ ଦରମା ପ୍ରଦାନ କରାଯାଉ, କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସଫେଇରେ ବ୍ୟବହୃତ ଝାଡୁ, ଗ୍ଳୋପ, ସାବୁନ, ଯୋତା ଆଦି ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉ ଆଦି ରହିଛି । ସାତଦିନ ଭିତରେ ସମାଧାନ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯିବା ସହ ଏହାର ନକଳକତା କପି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା, ବଲାଙ୍ଗିର ଜିଲାପାଳ ଓ ଶ୍ରମ ବିଭାଗକୁ ଦିଆଯାଇଥିବା ବେଳେ ଶ୍ରୀ ମୁର୍ମୁ ଏହାର ସମାଧାନ କରାଯିବ କହିବା ସହ ନମ୍ବର ଦେଉ ନଥିବାରୁ ୨ମାସ ହେଲାଣି ଇପିଏଫ୍‌ ଟଙ୍କା ଚନ୍ଦନ ଏଜେସି ସଫେଇ ଠିକା ସଂସ୍ଥାକୁ ଦିଆଯାଉ ନାହିଁ, ତାଙ୍କୁ ଏନେଇ ନୋଟିସ୍‌ ମଧ୍ୟ କରାଯାଇଥିବା ଦର୍ଶାଇ ସଂଘର ସଭାପତି ମନୋଜ ଜୈନ, ଉପସଭାପତି ବିକାଶ ଶର୍ମା, ଅନିତା ସୁନା, ରିଙ୍ଗି ସାଗର, ଜିତୁ ସାଗର, ଟିକ କୁମ୍ଭାର, ଅଇଁଲା ସୁନା, ଅଶୋକ କୁମାର, ସଞ୍ଜୟ କୁମ୍ଭାର ଆଦି ପ୍ରକାଶ କରନ୍ତି । ଅନ୍ୟପକ୍ଷରେ ଉକ୍ତ ଠିକା ସଂସ୍ଥାର ମାଲିକ ପାରିସନାଥ ଦାଶଙ୍କୁ ପଚାରିବାରୁ ସେ କହନ୍ତି ଯେ, ଶ୍ରମିକ ମାନେ ତାଙ୍କର ଆଧାରକାର୍ଡ ଦେଇ ନଥିବାରୁ ଏପରି ଅସୁବିଧା ହେଉଛି ଓ ଥରେ ସଫେଇରେ ବ୍ୟବହୃତ ସାମଗ୍ରୀ ଦିଆସରିଛି ।

jay balangir
Leave A Reply

Your email address will not be published.

three × 5 =

error: Content is protected !!