pakka

କୁଚିଆ ମଦ ବିକ୍ରି ବନ୍ଦ ଦାବୀରେ ଥାନା ଘେରିଲେ ମହିଳା

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଅନ୍ତର୍ଗତ ସାରସବାହାଲ ଗାଁରେ ତୁରନ୍ତ କୁଚିଆ ମଦ ବିକ୍ରି ବନ୍ଦ କରିବା ଦାବୀରେ ମହିଳାମାନେ ସୋମବାର ଥାନା ଘେରାଉ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ସାରସବାହାଲ ଗାଁରେ ବେଆଇନ ଭାବେ ମଦ କାରବାର ହେଉଛି । ଏଥିଯୋଗୁଁ ଅସନ୍ତୋଷ ବଢୁଛି । ଗାଁର ମହିଳାମାନେ ପ୍ରଥମେ ମଦ ବିକ୍ରେତାଙ୍କୁ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ । କିନ୍ତୁ ମଦ ବେପାରୀ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବାରୁ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅପମିଶ୍ରିତ ମଦ ପିଇ କିଛି ଲୋକ ପ୍ରାଣ ହରାଇଥିବା ମଧ୍ୟ ମହିଳାମାନେ ପ୍ରକାଶ କରିଛନ୍ତି । ମଦ ବିକ୍ରି କରୁଥିବା ବେପାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବୀ କରିଛନ୍ତି । ଥାନା ଅଧିକାରୀ ତାରାବତୀ ପ୍ରଧାନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହିଳାମାନଙ୍କୁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.

7 + 20 =