jayashree

କଣ୍ଟାବାଞ୍ଜି ସିଏଚ୍‌ସିରେ ନବୀନ ପଟ୍ଟନାୟକଙ୍କ ନାମଫଳକ ପୁନଃସ୍ଥାପନ ଦାବି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାମ ଥିବା ଉଦ୍‌ଘାଟନ ଫଳକ ପୁନଃସ୍ଥାପନ କରିବାକୁ ଦାବି ହୋଇଛି । ଏନେଇ ବିଜେଡି ମାଇନରିଟି ସେଲ୍‌ର କାର୍ଯ୍ୟକାରୀ ସଭାପତି ଡ. ଅମଜାଦ ଖାନ ଏବଂ କଣ୍ଟାବାଞ୍ଜି ଟାଉନ ବିଜେଡି ସଭାପତି କିଶୋର ମାଛଖଣ୍ଡଙ୍କ ନେତୃତ୍ୱରେ ବିଜେଡି ନେତାମାନେ ବଲାଙ୍ଗିର ସିଡ଼ିଏମ୍‌ଓଙ୍କ ନିକଟକୁ କଣ୍ଟାବାଞ୍ଜି ସିଏଚ୍‌ସିର ମେଡିକାଲ ଅଫିସରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କଣ୍ଟାବାଞ୍ଜି ସିଏଚ୍‌ସିର ମୁଖ୍ୟ ଫାଟକକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ସେହି ସମୟରେ ଦୁଇଟି ଉଦ୍‌ଘାଟନ ଫଳକ/ନାମଫଳକ ଲଗାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କେହି ଏହାକୁ ହଟାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ନାମଫଳକକୁ ପୂର୍ବ ସ୍ଥାନରେ ୭ ଦିନ ମଧ୍ୟରେ ପୁନଃସ୍ଥାପନ କରିବାକୁ ନେତାମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆବଶ୍ୟକ ପଡ଼ିଲେ ଧାରଣା ଓ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି । ଏହି ସମୟରେ ଏସ୍‌କେ ଅମଜାଦ, ଅବଦୁଲ ତାହିର, ଧୀରୁ ସାହୁ, ମନୋଜ ଚଣ୍ଡୀ ଓ ରାମଚନ୍ଦ୍ର ଶବରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.