ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଆପ୍ ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଜଲିଆ ଗାଁର ପିପଲପଡାରେ ୧୦ଦିନ ହେଲା ଅନ୍ଧାରରେ ଥିବା ସମସ୍ୟାକୁ ନେଇ ବଲାଙ୍ଗିର ଏସ୍ଇଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି । ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁ ପିପଲପଡାକୁ ଦୀର୍ଘ ୧୦ ଦିନ ହେଲା ଟ୍ରାନ୍ସଫର୍ମର ପୋଡି ଯାଇଥିବା ଯୋଗୁ ବିଜୁଳି ସରବରାହ ଠପ୍ ହୋଇଯାଇଛି । ଫଳରେ ଅଞ୍ଚଳବାସୀ ପ୍ରତିଦିନ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବିଦ୍ୟୁତ୍ ଯୋଗାଣ ବିଷୟରେ ଗୁରୁତ୍ୱ ଦେଇ ଯଥାଶୀଘ୍ର ମରାମତି କରାଯିବାକୁ ନେଇ ଆମ ଆଦମୀ ପାର୍ଟି ବଲାଙ୍ଗିର ସହ ଗ୍ରାମବାସୀ ବଲାଙ୍ଗିର ଏସ୍ଇଙ୍କୁ ଭେଟି ଦାବି କରିଛନ୍ତି ଏବଂ ତୁରନ୍ତ ଟ୍ରାନ୍ସପରମର ଯୋଗାଇ ଦିଆ ଯାଉ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଆପ୍ ନେତା ଶ୍ରୀ ପାଣ୍ଡେ କହିଛନ୍ତି । ବିଭାଗୀୟ କର୍ମଚାରୀ ଯଥାଶୀଘ୍ର ଟ୍ରାନସଫର୍ମର ଲଗା ଯାଇ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ କରାଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆପ୍ ପକ୍ଷରୁ ସୁନ୍ଦର ରାଏ, ନବୀନ ବଗର୍ତ୍ତିଙ୍କ ସହ ଗାଁର ମାନସ ବାଗ, ସୁଜ୍ଞାନ ବାଗ, ଗଣେଶ ଖାଡିଆ, ଅଜିତ ଖାଡିଆ, ଶ୍ରୀତମ୍ ବନଛୋର, ବିଜୟ ବନଛୋର, ଚଇତନ ମୁଗ୍ରୀ, ଶ୍ରୀକାନ୍ତ ଖାଡିଆ, ରାକେଶ ସୁନାଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
Next Post
