ସନ୍ଥ ଯୋଗୀରାଜଜୀଙ୍କର ଦେହାନ୍ତ

csstore

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ସନ୍ଥ ଯୋଗୀରାଜ ଜୀଙ୍କର ବଲାଙ୍ଗିର ଠାରେ ଶୁକ୍ରବାର ଦେହାନ୍ତ ହୋଇଯିବା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୁଦୂର ପଞ୍ଜାବ ରାଜ୍ୟରୁ ଆସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେବା ଓ ଉଚ୍ଚ ଶିକ୍ଷା ପହଞ୍ଚାଇବା ଲକ୍ଷ୍ୟରେ ଆସିଥିଲେ, କୋଟଗଡ ଠାରେ ଏକ ଛୋଟିଆ କୁଡ଼ିଆରୁ ଆରମ୍ଭ କରି ଆଦିବାସୀ, ଗିରୀଜନ ପିଲାମାନଙ୍କୁ ଆଣି ମାଗଣାରେ ରଖି ଶିକ୍ଷା ପାଇଁ ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ । ଶେଷ ମୁହୂର୍ତ୍ତରେ କୋଟଗଡରେ ଉଚ୍ଚ ଶିକ୍ଷା ପାଇଁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଡିଗ୍ରୀ କଲେଜ ଖୋଲିବା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ । ଆଜି ତାଙ୍କ ଆବର୍ତ୍ତମାନରେ ଆଶ୍ରମବାସୀ ସେମାନେ ତାଙ୍କର ଅଭିଭାବକଙ୍କୁ ହରାଇଛନ୍ତି । ତାଙ୍କର ବ୍ୟକ୍ତିତ୍ୱ, ସନାତନ ଧର୍ମ ପ୍ରତି ନିଷ୍ଠା, ଦେଶପ୍ରେମ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ତାଙ୍କର ଦେହାନ୍ତରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଆମର ଆତ୍ମାର ସଦଗତି କାମନା କରିଛନ୍ତି ।

Leave A Reply

Your email address will not be published.