ଲୋଇସିଂହାରେ ଓବିସି ମଞ୍ଚର ବୈଠକ : ମଣ୍ଡଳ କମିଶନ କାର୍ଯ୍ୟାନ୍ୱୟନ ଦାବି

csstore

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଲୋଇସିଂହା ସ୍ଥିତ ନାଇସ କମ୍ପ୍ୟୁଟର ଏଜୁକେଶନ ସେଣ୍ଟର ଠାରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲୋଇସିଂହା, ଆଗଲପୁର ଓ ପୁଇଁତଲା ବ୍ଲକର ଶତାଧିକ ଓବିସି କର୍ମୀ ଯୋଗ ଦେଇଥିଲେ । ବୈଠକରେ ମଣ୍ଡଳ କମିଶନର ବାକିଥିବା ସୁପାରିଶ, ଓବିସିଙ୍କ ସାମ୍ବିଧାନିକ ହକ୍ ଓ ଆସନ୍ତା ନିର୍ବାଚନରେ ଓବିସିଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲା ସଂଯୋଜକ ସରୋଜ କୁମାର ମେଶ୍ଵା କହିଲେ ଯେ, ୫୨ ପ୍ରତିଶତ ଜନସଂଖ୍ୟା ଥିବା ଓବିସିକୁ ଦେଶରେ ମାତ୍ର ୨୭ % ସଂରକ୍ଷଣ ମିଳୁଛି । ଓଡ଼ିଶାରେ ରାଜ୍ୟ ଚାକିରି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ଶୂନ, ଯାହା ସମ୍ବିଧାନ ବିରୋଧୀ । ଏହି ବୈଠକରେ ୪ ଦଫା ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ପାଇଁ ସହମତି ପ୍ରକାଶ ପାଇଥିଲା । ତୁରନ୍ତ ଜାତିଗତ ଜନଗଣନା କରାଯିବା ସହିତ ଓଡ଼ିଶାରେ ଓବିସି ପାଇଁ ୨୭ ପ୍ରତିଶତ ରାଜ୍ୟ ଚାକିରି ଓ ସ୍ଥାନୀୟ ନିର୍ବାଚନରେ ସଂରକ୍ଷଣ ଲାଗୁ, ପଦୋନ୍ନତି, ଶିକ୍ଷା ଓ ବେସରକାରୀ କ୍ଷେତ୍ରରେ ୨୭% ସଂରକ୍ଷଣ ସମେତ ମଣ୍ଡଳ କମିଶନର ସମସ୍ତ ସୁପାରିଶ କାର୍ଯ୍ୟାନ୍ୱୟନ ତଥା ରାଜ୍ୟରେ ଏସ୍‌ଇବିସି କୋଟା ୧୧.୨୫ % ରୁ ୨୭ % କୁ ବୃଦ୍ଧି କରାଯିବାକୁ ଦାବି ହୋଇଥିଲା । ଜିଲ୍ଲା ସମ୍ପାଦକ ପ୍ରଦେଶୀ ବିଶ୍ୱାଳ ଓବିସି ସମାଜକୁ ସଙ୍ଗଠିତ ହୋଇ ଆନ୍ଦୋଳନ ତୀବ୍ର କରିବାକୁ ଆହ୍ୱାନ ଜଣାଇଥିଲେ । ବୈଠକରେ କୃପାସିନ୍ଧୁ ଖମାରୀ, ପଞ୍ଚୁ ସା, ଗୋପାଳ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ହୃଷିକେଶ ଭୋଇ, ଆନନ୍ଦ ପଧାନ, ସଦାଶିବ ସା, ଆନନ୍ଦ ଚନ୍ଦ୍ର ସାହୁ, ବନମାଳୀ ଖମାରୀ, ସୁମନ୍ତ ମେହେର, ଆନନ୍ଦ ଚନ୍ଦ୍ର ପ୍ରଧାନ, ବିଚିତ୍ରାନନ୍ଦ ପାତ୍ର, ଦିବ୍ୟ ଅନ୍ଵେଷ ଭୋଇ, ରାଜୁ ମାହାର, ନବୀନ ଚନ୍ଦନ, ବୁଦ୍ଧଦେବ ଡାଙ୍ଗ, ସୁରେନ୍ଦ୍ର ମହାକୁର, ସିତାରାମ ପ୍ରଧାନ, ଅନନ୍ତ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ମନୋଜ ପ୍ରଧାନ, ମନମୋହନ ପଟେଲ, ଟଙ୍କଧର ଦାସ, ମଧୁସୂଦନ ଖେତି, ଯୁଧିଷ୍ଠିର ପ୍ରଧାନ, ଦିଲୀପ କୁମାର ବାରିକ, ନିରଞ୍ଜନ କର୍ମୀ, ରବିଚନ୍ଦ୍ର ବସ୍ତିଆ, ସୁଧିର କୁମାର ଡାଙ୍ଗ ତଥା ଜିଲ୍ଲାର ଅନେକ ବରିଷ୍ଠ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.