jayashree

ବଲାଙ୍ଗିର ଲାୟନ୍ସ କ୍ଲବର ୩୬ତମ ସ୍ଥାପନା ଦିବସ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ଓ ମଣିଷ ପରସ୍ପରର ପରିପୂରକ । ସମାଜସେବାହିଁ ସବୁ ମନୀଷୀ ଓ ମହାପୁରୁଷଙ୍କ ପରମଦେୟ ହୋଇ ଆସିଛି । ଆଧୁନିକ ଯୁଗରେ ଲାୟନ୍ସ କ୍ଲବ ଏଇ ଦିଗରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବଲାଙ୍ଗିର ସହରର ଲାୟନ୍ସ କ୍ଲବ ମଧ୍ୟ ଅନେକ କାର୍ଯ୍ୟକ୍ରମର ସଫଳ ରୂପାୟନ କରି ସମସ୍ତଙ୍କ ପ୍ରଶଂସା ସାଉଁଟି ପାରିଛି । ଗତକାଲି ଏଇ କ୍ଲବର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ ସେଞ୍ଚୁରିଅନ (ଜେ. ଆଇ. ଟି. ଏମ୍‌ ) ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀ ସଭାପତି ଭାବରେ ଦ୍ଵିତୀୟ ଥର ମନୋନୀତ ହୋଇଛନ୍ତି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଚରଣଜିତ କୌର (ଏମ୍‌ଜେଏଫ୍‌) ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବରେ ଶ୍ରୀମତୀ ଖୁସପ୍ରୀତ ହୁରା (ଏମ୍‌ଜେଏଫ୍‌) ସମ୍ମାନିତ ଅତିଥି, ଶ୍ରୀମତୀ ବିନ୍ଦୁ ସାହୁ (ଏମ୍‌ଜେଏଫ୍‌), ସମ୍ମାନିତ ଅତିଥି, ସନ୍ତୋଷ ମହାନ୍ତି ( ZONE CHAIRPERSON ), ସେକ୍ରେଟାରୀ ଲୋକନାଥ ମିଶ୍ର, ଗଙ୍ଗାଧର ଶର୍ମା ( REGION CHAIRPERSON ), ଅନୁଷ୍ଠାନର ସଭ୍ୟ ନନ୍ଦ କୁମାର ଅଗ୍ରୱାଲ, ବଲାଙ୍ଗିର ସହରର ଅନ୍ୟାନ୍ୟ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଯେପରିକି ରୋଟାରି ଅନୁଷ୍ଠାନ, ସହ ଯୋଗ ଅନୁଷ୍ଠାନ, ଲାୟନ୍ସ କ୍ଲବ ଇତ୍ୟାଦି ବିଭିନ୍ନ ଅନୁଷ୍ଠାନର ସଭ୍ୟମାନେ ଯୋଗ ଦେଇ ଅନୁଷ୍ଠାନର ସମସ୍ତ ଉଦ୍ଦେଶ୍ୟ ଓ ସଫଳତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ସେକ୍ରେଟାରୀ ସୁମିତ ଚୌଧୁରୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଅନୁଷ୍ଠାନର ଏଇ କାର୍ଯ୍ୟକ୍ରମ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଅଟେ ।

Leave A Reply

Your email address will not be published.