ପୂର୍ବତନ ଖେଳ ଶିକ୍ଷକ ଦୁଃଶାସନ ବୁଡ଼େକଙ୍କ ପରଲୋକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡା ସମ୍ବର ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଦୁଃଶାସନ ବୁଡ଼େକଙ୍କ ଆଜି ସକାଳ ୪ ଘଣ୍ଟା ସମୟରେ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଅବିଭକ୍ତ ସମ୍ବଲପୁର ଜିଲ୍ଲାଠୁ ସମସ୍ତ ଅଞ୍ଚଳ ବୁଡେକ ଆଜ୍ଞା ଭାବରେ ସମସ୍ତେ ଜାଣନ୍ତି । ସେ ଜଣେ ଏକାଧାରରେ ଛାତ୍ର ବତ୍ସଳ, ଖେଳ ଶିକ୍ଷକ ଭାବରେ ସମସ୍ତ ବର୍ଗର ଖେଳାଳୀଙ୍କୁ ସମ୍ମାନ ଦେବା ସହିତ ନିଜେ ଆକୁଣ୍ଠ ସମ୍ମାନର ଅଧିକାରୀ ପ୍ରାପ୍ତ ହୋଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକ ମାତ୍ର ପୁତ୍ର ଚନ୍ଦ୍ରକାନ୍ତ, ପୁତ୍ର ବଧୂ, ଝିଅ, ଜ୍ୱାଇଁ, ନାତି ନାତୁଣୀ, ବନ୍ଧୁ ବାନ୍ଧବ, ତାଙ୍କ ଚାକିରୀ କାଳର ସହକର୍ମୀ ଉପସ୍ଥିତ ରହି ଶେଷ ଦର୍ଶନ କରି ଶୋକ ବ୍ୟକ୍ତ କରିଥିଲେ । ଶବାଧାରରେ ଶତାଧିକ ଲୋକ ସାମିଲ ହୋଇଥିଲେ । ତାଙ୍କର ଶେଷକୃତ୍ୟ ସ୍ଥାନୀୟ ଶ୍ମଶାନ ଘାଟରେ ସମାପନ ହୋଇ ଥିବାବେଳେ ତାଙ୍କର ଏକ ମାତ୍ର ପୁତ୍ର ଚନ୍ଦ୍ରକାନ୍ତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.