csstore

ଛତ୍ରପୁର ମେନ୍‌ ରୋଡ଼ ନାଳ ନିର୍ମାଣକାର୍ଯ୍ୟ ଖୁବ ଶୀଘ୍ର ସାରିବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବଜାର ମେନ୍‌ ରୋଡ଼ର ନିର୍ମାଣାଧୀନ ନାଳ କାର୍ଯ୍ୟ ଖୁବ୍ ଶୀଘ୍ର ସାରିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ’ ଛତ୍ରପୁର ବଜାର ମେନ୍‌ ରୋଡ଼ର ନର୍ଦ୍ଧମା ନାଳ ପ୍ରାୟ ଏକ ବର୍ଷ ପାଖାପାଖି ହେବ, ଭାଙ୍ଗି ଭୁଷୁଡି ପଡ଼ି ରହିଥିଲା । ଏହା ଯେ’ ଏଠାକାର ଜନୈକ ମେଘାଳୟ ହୋଟେଲ ମାଲିକ୍ ତାଙ୍କ ଘର କୋଠା ଭାଙ୍ଗି ନିର୍ମାଣ କରିବା ବେଳେ ଉକ୍ତ ନାଳ ଭାଙ୍ଗି ଭୁଷୁଡି ପଡିଥିଲା ବୋଲି କୁହାଯାଏ । ଏହାର ଅନେକ ଦିନ ପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଛତ୍ରପୁର ରାସ୍ତା ଓ କୋଠାବାଡ଼ି ବିଭାଗକୁ ବହୁ ବର୍ଷର ଏହି ପୁରୁଣା ନାଳ କାର୍ଯ୍ୟ ହାତକୁ ଦିଆଯାଇଥିବା ଜଣାଯାଇଛି । ଏହି ନିର୍ମାଣ କାର୍ଯ୍ୟ ଗତ ଦୁଇ ତିନି ଦିନ ହେଲା ଆରମ୍ଭ ହୋଇଥିବା ବେଳେ ଏହି ନିର୍ମାଣ କାର୍ଯ୍ୟ ଖୁବ୍ ମନ୍ଥରତା ଦିଗରେ ଗତି କରିବାରେ ଲାଗିଛି । ତେଣୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏପରିକି ସ୍ଥାନୀୟ ଜନସାଧାରଣଙ୍କ ମନରେ ଅସନ୍ତୋଷର କ୍ଷୋଭ ପ୍ରକାଶ ପାଉଛି । ଦୀର୍ଘଦିନ ହେଲା ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଆସୁଥିବା ବେଳେ ଏହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହେଲେ ଦୈନିକ ନୀତି ରାତ୍ରିକାଳୀନ କାର୍ଯ୍ୟ ଭାବେ ଜୋର୍ ସୋରରେ କାର୍ଯ୍ର ଜାରୀ ରଖିଲେ ଏହି ନାଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ବୁଦ୍ଧିଜିବୀମାନେ ମତପ୍ରକାଶ କରିଛନ୍ତି । ତେଣୁ ଖୁବ୍ ଶୀଘ୍ର ଏହି ନାଳ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି । ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ହେତୁ ଏଦିଗରେ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ଏହି କାର୍ଯ୍ୟକ୍ରମକୁ ତ୍ଵରାନିତ୍ଵ କରିବାକୁ ପ୍ରଶାସନ ଠାରେ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.