csstore

ପଦ୍ମପୁର ଠାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଆଇନ ଛାତ୍ର ଆଶିଷ ଜ୍ୟୋତିଷଙ୍କ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ରାଜ୍ୟର ଉନ୍ନତ ଯାତ୍ରୀସେବା ଯୋଗାଇଦେବା ଜନସାଧାରଣଙ୍କୁ ପଦ୍ମପୁର ଉପଖଣ୍ଡ ମୂଖ୍ୟାଳୟ ଠାରେ ବସ୍‌ଷ୍ଟାଣ୍ଡ ସମସ୍ୟା ରହିଛି । ପଦ୍ମପୁର ଠାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଦାବି କରିଛନ୍ତି । ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ ନିମନ୍ତେ ବେକରେ ପ୍ଲାକାଡ ଲେଖା ଥିବା ପଦ୍ମପୁର ଠାନେ ବସ୍‌ଷ୍ଟାଣ୍ଡ ଟେ ଦରକାର ମୋର କଥା ଟିକେ ସୁନ ରାଜ୍ୟ ସରକାର । ବସ୍‌ଷ୍ଟାଣ୍ଡ ଟେ ହେଲେ ଲୋକମାନଙ୍କର ହେବା ସୁବିଧା । ଖରା, ବରଷା, ଶୀତ ସମିଆଁନୁ ଆଉ ନି ହୁଏ ଅସୁବିଧା ବୋଲି ଅଭିନବ ପ୍ରତିବାଦ କରିଛନ୍ତି । ପଦ୍ମପୁର ରାଜଧାନୀ ଭୁବନେଶ୍ଵରକୁ ବରଗଡ଼ ସମ୍ବଲପୁର ରେଢ଼ାଖୋଲ ହୋଇ ରାଜଧାନୀ ବସ୍‌ ଚଳାଚଳ କରୁଥିବା ଯାତ୍ରୀବାହୀ ଗଣ ମୁଖ୍ୟ କଥା ହେଲା ନରସିଂହନାଥ ପଶ୍ଚିମ ଓଡ଼ିଶାର ବରଗଡ ଜିଲ୍ଲାର ପାଇମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ଶୈବପୀଠ ଥିବାରୁ ଲୋକ ପଦ୍ମପୁର ଦେଇ ଯାତାୟାତ କରିଥାନ୍ତି । କେତେ ଲୋକ ପଦ୍ମପୁରରେ ରହି ବି ଯାଇଥାଆନ୍ତି । ଭଲ ବସ୍‌ଷ୍ଟାଣ୍ଡ ଓ ଶୈଚାଲୟ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ବଲାଙ୍ଗିରରୁ ପଦ୍ମପୁର, ନୂଆପଡ଼ା ରାଏପୁର, ପାଟଣାଗଡ଼, ଗାଇସିଲେଟ, ଝାରବନ୍ଧ, ଖପରାଖୋଲ, ବସ୍‌ ଯାତାୟାତ କରିଥାଆନ୍ତି । ପଦ୍ମପୁର ଭଲ ବସ୍‌ଷ୍ଟାଣ୍ଡ ହୋଇପାରିଲେ ଉପଖଣ୍ଡର ଉପାନ୍ତ ଅଞ୍ଚଳ ଜନସାଧାରଣ ସିଧାସଳଖ ସୁବିଧା ପାଇଁ ପାରିବେ ।

jayashree
Leave A Reply

Your email address will not be published.