pakka

ମାତୃ ଶିଶୁ ହସ୍ପିଟାଲ ପାଖରେ ଲାଗୁନି ମୋବାଇଲ ନେଟୱର୍କ : ବାହାରେ ସ୍ପିଡ ବ୍ରେକର ପାଇଁ ହେଉଛି ଦାବି

bbehera

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ପିପଲ ପଦରଠାରେ ଅବସ୍ଥିତ ଥିବା ମାତୃ ଶିଶୁ ହସ୍ପିଟାଲ ଡିସେମ୍ବର ମାସରେ ଉଦ୍‌ଘାଟିତ ହେବା ପରେ ଏବେ ସମସ୍ତ ଗର୍ଭବତୀ, ପ୍ରସୂତି ତଥା ଶିଶୁମାନଙ୍କୁ ସେଠାରେ ଚିକିତ୍ସା ପ୍ରଦାନ କରାଯାଉଛି । ନୂତନ ଅତ୍ୟାଧୁନିକ ବିଲଡ଼ିଂରେ ପ୍ରାୟ ସବୁ ସୁବିଧା ଉପଲବ୍ଧ ହେଉଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ସେଠାରୁ ଲକ୍ଷ୍ମୀ ବସ୍‌ ସେବା ଉପଲବ୍ଧ କରାଯିବ ନେଇ ଶୁଣିବାକୁ ମିଳୁଛି । ସେଥିପାଇଁ ବସ୍‌ ଷ୍ଟପ୍‌ ତିଆରି ମଧ୍ୟ ହୋଇଛି । ତେବେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ପ୍ରଚେଷ୍ଟା ବଳରେ ଏତେ ବଡ ସୁବିଧା ସହର ତଥା ଆଖପାଖ ଅଞ୍ଚଳର ଲୋକ ପାଇପାରିବେ । ଗୋଟିଏ ଛୋଟିଆ ସମସ୍ୟା ଏବେ ଦେଖିବାକୁ ମିଳୁଛି ତାହା ହେଲା କୌଣସି ମୋବାଇଲ ନେଟୱର୍କ ଭଲ ଭାବରେ କାମ କରୁନାହିଁ । କେଉଁ ଜାଗାରେ ଲାଗୁଚି ତ କେଉଁ ଜାଗାରେ ଲାଗୁ ନାହିଁ ଯଦ୍ୱାରା କଥା ବାର୍ତ୍ତା ହେବାରେ ଅସୁବିଧା ପରିଲକ୍ଷିତ ହେଉଛି । ସେହିପରି ସହର ବାହାରେ ଏହି ହସ୍ପିଟାଲ ରହିଥିବାରୁ ବାଇକ ଚାଳକ, ଚାରି ଚକିଆ, ଛ ଚକିଆ ଗାଡିମାନେ ଖୁବ ଯୋରରେ ଯିବା ଆସିବା କରୁଛନ୍ତି । ଟିକିଏ ଅସାବଧାନତା ଯୋଗୁଁ କେତେବେଳେ ବି ଦୁର୍ଘଟଣା ନ ଘଟିବ ବୋଲି କହି ହେବ ନାହିଁ । ଏହି ଛୋଟିଆ ଛୋଟିଆ ସମସ୍ୟା ପ୍ରତି ବିଭିନ୍ନ ମୋବାଇଲ କମ୍ପାନୀ ଓ ଓଡ଼ିଶା ପୂର୍ତ୍ତ ବିଭାଗ ଅଧିକାରୀମାନେ ଟିକେ ଧ୍ୟାନ ଦେଲେ ବହୁତ ରୋଗୀ, ରୋଗୀ ସମ୍ପର୍କୀୟ ତଥା ଜନ ସାଧାରଣ ଉପକୃତ ହୁଅନ୍ତେ ବୋଲି ସାଧାରଣରେ ଦାବି ହେଉଛି ।

jay balangir
Leave A Reply

Your email address will not be published.

four × 4 =