pakka

କନ୍ଧମାଳ ବୌଦ୍ଧ ସୀମାନ୍ତରେ କୁମ୍ବିଙ୍ଗ୍‌ ଅପରେସନ ଜୋରଦାର : ବହୁ ମାଓ ସାମଗ୍ରୀ ଜବତ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ-ବୌଦ୍ଧ ସୀମାନ୍ତ ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରୁ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀମାନେ ବହୁ ମାଓ ସାମଗ୍ରୀ ଜବତ କରିଥିବା ବିଷୟ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ତେବେ ଜବତ ମାଓ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ମାଓ ପୋଷାକ, ଛତା, ଜୋତା, ବ୍ୟାଟେରୀ, ତାର, ମେଡ଼ିସିନ୍ ରେଡିଓ ଆଦି ଜବତ କରିଥିବା ବିଷୟ କନ୍ଧମାଳ ଏସପି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି । ତେବେ ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ରକ୍ତମୁଖା ଲାଲ ବାହିନୀର ଗୁଳିରେ ୨ ଜବାନ ଗୁରୁତର ହୋଇଥିଲେ । ଏହାପରେ କନ୍ଧମାଳ ଜିଲ୍ଲାରେ ଥିବା ମାଓ ଗତିବିଧି ଅଞ୍ଚଳ ଗୁଡିକ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିବା ସହ ଅପରେସନ କ୍ଲିନ ଉପରେ ଗୁରୁତ୍ଵ ଦିଆଯାଉଥିବା କନ୍ଧମାଳ ଏସପି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, କ.ନୂଆଗାଁ, ରାଇକିଆ, ଦାରିଙ୍ଗବାଡି ଫିରିଙ୍ଗିଆ, ଗୋଛାପଡା ଓ ଫୁଲବାଣୀ ସଦର ଆଦି ଥାନା ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି । ବିଭିନ୍ନ ସମୟରେ ସୁରକ୍ଷା କର୍ମୀମାନେ ନିୟମିତ କୁମ୍ବିଙ୍ଗ ଅପରେସନ କରି ଅନେକ ମାଓ କ୍ୟାମ୍ପ ଧ୍ୱସ୍ତ ବିଧ୍ୱସ୍ତ କରିବା ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି । ତଥାପି ମଧ୍ୟ ମାଓବାଦୀ ବିଭିନ୍ନ ଜଙ୍ଗଲରେ କ୍ୟାମ୍ପ କରି ରହିଛନ୍ତି କ୍ଷ ପୋଲିସ କୁମ୍ବିଙ୍ଗକୁ ଜୋରଦାର କରିଥିବା ବେଳେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସି ପଳାଉଛନ୍ତି ।

jay balangir
Leave A Reply

Your email address will not be published.

15 − ten =

error: Content is protected !!