pr

୫ଶହ କଫ ସିରଫ ଜବତ ସହ ୨ ଜଣଙ୍କୁ କୋର୍ଟ ଚାଲାଣ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପୋଲିସ ୫ଶହ କଫ ସିରଫ ଜବତ କରିବା ସହ ୨ ଜଣକୁ ଗିରଫ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ଝାରବନ୍ଧ ଅଞ୍ଚଳରୁ କୋଶଲ ଚନ୍ଦ୍ର ସାହୁ, ଶୁଶିଲ ବନଛୋର, କଫ ସିରଫ ଚାଲାଣ କରୁଥିବା ନେଇ ପାଇକମାଲ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ କଫ ସିରଫ ଓ ୪ଶହ ଇଞ୍ଜେକସନ ଓ ୫ଶହ ନିଶା ଟେବେଲେଟ ଜବତ କରିବା ସହ ସେମାନଙ୍କୁ କାବୁ କରିଥିବା ଜଣାପଡିଛି । ପାଇକମାଲ ଥାନାରେ କେଶ ନଂ ୧୫୯ /୨୧ ୟୁ ସେକସନ ଆଇପିସି ୨୧( ବି) ଦଫା ୨୭୪, ୨୭୫, ୩୪ରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ପଦ୍ମପୁର ଏଡିଜେ କୋଟି ବିଚାରଧୀନ ଜେଲ ହାଜତକୁ ପଠା ଯାଇଥିବା ପାଇକମାଲ ଆଇଆଇସି ବିଶ୍ୱଜିତ ମନୋବଧ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.