pakka

ଲକ୍ଷ୍ମୀମୁଣ୍ଡା କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଖୀଉଡାର ଚାମ୍ପିୟାନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀମୁଣ୍ଡା ଗ୍ରାମର ଆଦିବାସୀ ମାଁ ବିନ୍ଧ୍ୟବାସିନୀ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆରେ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ଟି କ୍ରିକେଟ ଦଳ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ମ୍ୟାଚକୁ ଜୀବନ୍ୟାସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ମୀନକେତନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ଫାଇନାଲ ମ୍ୟାଚରେ ରାଖୀଉଡାର ଦଳ ଓ ଦେବଭୁଇଁ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେଇଥିଲା । ଏଥିରେ ରାଖୀଉଡାର ଦଳ ଚାମ୍ପିୟାନ ହୋଇଥିଲେ ।

ଆଜି ଅନୁଷ୍ଠିତ ଉଦ୍‌ଯାପନୀ ପୁରସ୍କାର ବିତରଣ ଉତ୍ସବରେ ଲକ୍ଷ୍ମୀମୁଣ୍ଡା ଜୀବନ୍ୟାସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ମୀନକେତନ ପ୍ରଧାନ ମୁଖ୍ୟ ଅତିଥି, ଗେର୍ଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମୋହନ ପଣ୍ଡା, ଆଶାୟୀ ସମିତି ସଭ୍ୟା ପ୍ରାର୍ଥିନୀ ଦେବକୀ ତାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କଲେ ଖେଳପଡିଆର ଉନ୍ନତିକରଣ ପାଇଁ ଯଥାସାଧ୍‌ଧ୍ୟ ସାହାଯ୍ୟ କରିବି ବୋଲି ଆଶାୟୀ ସମିତି ସଭ୍ୟା ପ୍ରାର୍ଥିନୀ ଶ୍ରୀମତୀ ତାଣ୍ଡି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଗାମୀ ଦିନରେ ଏହି ଖେଳ ପଡିଆ ଜିଲ୍ଲା ସ୍ତରୀୟ ଓ ପଶ୍ଚିମ ଓଡ଼ିଶା ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ କରାଯିବାର ଆୟୋଜନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ନେହେରୁ ଯୁବ କେନ୍ଦ୍ରଙ୍କ ସହ ଯୋଗାଯୋଗ କରି ପଞ୍ଜିକରଣ କରିବା ସହ ଆଦିବାସୀ ବିନ୍ଧ୍ୟ ବାସିନୀ ଯୁବକ ସଂଘକୁ ଜୀବିତ କରିବା ମୋ ତରଫରୁ ଯଥା ଶକ୍ତି ସହଯୋଗ କରିବି ବୋଲି ମତପ୍ରକାଶ କରିଥିଲେ ।

ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଚାମ୍ପିୟାନ ଦଳ ରାଖୀଉଡାର ୧୦ ହଜାର ପୁରସ୍କାର ରାଶି ଓ ଦେବଭୁଇଁ ଦଳକୁ ୬ ହଜାର ପୁରସ୍କୃତ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଆଦିବାସୀ ମାଁ ବିନ୍ଧ୍ୟବାସିନୀ କ୍ରିକେଟ କ୍ଲବର ଲକ୍ଷିଦ୍ର ବରିହା, ଡୋଲାମଣି ବନଛୋର, ମୁଣ୍ଟୁ ବରିହା, ସେବତୀ ବନଛୋର, ଚୁଡ଼ାମଣି ବନଛୋର, କ୍ଷୀରସାଗର ବରିହା, ଚଦ୍ରମଣି ବରିହା, ପଙ୍କଜ ବରିହା, ଗୋପାଳ ବନଛୋର, ରାଜକିଶୋର ଭାଟି, ମିକୁ ବରିହା, ଅର୍ଜୁନ ବରିହା, ସଂଞ୍ଜିବ ବରିହା, ମହେନ୍ଦ୍ର ବନଛୋର, ହରିବନ୍ଧୁ ବରିହାଙ୍କ ସହ ଅନ୍ୟ ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ କରାଯାଇଥିବା ଗ୍ରାମାଞ୍ଚଳ କ୍ରିକେଟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ କରିଥିବା ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଖେଳାଳୀ ମାନଙ୍କ ପାରିଦର୍ଶିତାରେ ବୃଦ୍ଧି ପାଇବ ବୋଲି ମତପ୍ରକାଶ କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

14 + 17 =

error: Content is protected !!