pakka

ବଲାଙ୍ଗିର ପୋଲିସ ଦ୍ୱାରା ଗିରଫ୍‌ ହେଲା ମହିଳା ଶ୍ରମିକଙ୍କୁ ପେଟ୍ରୋଲ୍‌ ଢାଳି ଜାଳି ଦେଇଥିବା ନୃଶଂସ ରୋଷେୟା ମାନସ ମିଶ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆନନ୍ଦନଗର ଠାରେ ଗତକାଲି ସଂଧ୍ୟା ସମୟରେ ପାଉଣା ମାଗିବାରୁ ବିଧବା ମହିଳା ଶ୍ରମିକ ମନ୍ଦାର ଧରୁଆଙ୍କୁ ପେଟ୍ରୋଲ୍‌ ଢାଳି ଜାଳି ଦେଇଥିବା ନୃଶଂସ ରୋଷେୟା ମାନସ ମିଶ୍ର ବଲାଙ୍ଗିର ଟାଉନ ପୋଲିସ ଦ୍ୱାରା ଗିରଫ୍‌ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି କୌଣସି ଏକ ଭୋଜି ପାଇଁ ରୋଷେୟା ମାନସ ମିଶ୍ର ସହ ମନ୍ଦାର ଧରୁଆ ରୋଷେଇ କରିବାକୁ ଯାଇ ଫେରିବା ସମୟରେ ପାଉଣା ମାଗିବାରୁ ତାଙ୍କ ଘର ସାମ୍ନାରେ ତାଙ୍କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲା । ସ୍ଥାନୀୟ ଲୋକେ ମନ୍ଦାରଙ୍କୁ ଉଦ୍ଧାର କରି ତୁରନ୍ତ ଭୀମ ଭୋଇ ମେଡ଼ିକାଲ୍‌ ହସ୍‌ପିଟାଲ୍‌କୁ ଆଣି ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ରେଫର୍‌ କରାଯାଇଥିଲା । ଏବେ ମନ୍ଦାର ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.

4 × one =