pakka

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ଓ ବରଗଡ ଫାଇଟରସ ବିଜୟୀ

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ରେ ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ଓ ବରଗଡ ଫାଇଟରସ ବିଜୟୀ ହୋଇଛି । ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ଆଜିର ମ୍ୟାଚ୍‌ରେ ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ସ୍ଥିର କରିଥିଲେ । ଦଳ ଦେବେନ୍ଦ୍ର କୁଁଅର୍‌ଙ୍କ ୧୦୨ ରନ, ମହମ୍ମଦ ସଲିମଙ୍କ ୮୪ରନ, ପ୍ରବୀଣ ଲୁହାଙ୍କ ୭୨ ରନ ଓ ଆର୍ଯ୍ୟମାନ ମିଶ୍ରଙ୍କ ୫୬ ରନ ଫଳରେ ୫୦ ଓଭରରେ ୪୧୧/୬ ରନ କରିଥିଲେ । ବରଗଡ ପ୍ରାଇଡ ପକ୍ଷରୁ ପ୍ରୀୟନ୍ସୁ ପୁରୋହିତ ୨ ୱିକେଟ, ଯଶୋବନ୍ତ ବେହେରା ୧ ୱିକେଟ, ପିକେଶ୍ ସ୍ବାଇଁ ଗୋଟିଏ ୱିକେଟ ନେଇଥିଲେ । ଜବାବରେ ପ୍ରାଇଡ୍ ଦଳ ଶୁଭମଙ୍କ ୨୭ ରନ, ହିମାଂଶୁଙ୍କ ୩୪ ରନ, ନିଖିଲଙ୍କ ୩୦ ରନ, ଅମ୍ବିତଙ୍କ ୨୫ ରନ ଫଳରେ ଦଳ ୪୩ ଓଭରରେ ୧୮୮/୯ ରନ କରି ମ୍ୟାଚ୍‌କୁ ୨୨୩ ରନରେ ହାରି ଯାଇଥିଲା । ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ପକ୍ଷରୁ ମହମ୍ମଦ ସଲିମ ୩ୱିକେଟ, ସୁମିତ ରାଏ ୩ୱିକେଟ, ଶାଶ୍ଵତ ସିଂ ୨ ୱିକେଟ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଭରତ ପଣ୍ଡା ଓ ଶୁଭମ୍ ପାତ୍ର, ସ୍କୋରର ଥିଲେ ରଜତ ଦାଶ । ସେହିପରି କଟାପାଲି ଗ୍ରାଉଣ୍ଡରେ ବରଗଡ ଫାଇଟର କ୍ଲବ ପ୍ରଥମେ ବ୍ୟାଟିଂ କରି ରାହୁଲ ସରାଫଙ୍କ ୫୪ ରନ, ଜୀୟାଉର ରେହମାନଙ୍କ ୫୨ ରନ, ସ୍ୱରାଜ ନାଗଙ୍କ ୩୪ ରନ ଫଳରେ ଦଳ ୫୦ ଓଭର ଖେଳି ୨୫୮/୯ ରନ କରିଥିଲେ । ସୋହେଲା ପକ୍ଷରୁ ରାହୁଲ ସାହୁ ୪ ୱିକେଟ, ଗିରିଜା, ପ୍ରୀୟାଂସୁ ଓ ଶିବ ଶଙ୍କର ୧ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ସୋହେଲା ଦଳ ଶିବ ଶଙ୍କରଙ୍କ ୪୨ ରନ, କେଦାରଙ୍କ ୨୮ ରନ ଓ ଗିରିଜାଙ୍କ ୨୭ ରନ ଫଳରେ ୪୬.୧ ଓଭରରେ ୨୫୩ ରନ କରି ଅଲ୍ ଆଉଟ୍ ହୋଇଯିବା ଫଳରେ ମ୍ୟାଚ୍‌କୁ ମାତ୍ର ୫ ରନରେ ହାରି ଯାଇଥିଲେ । ଫାଇଟର୍ ପକ୍ଷରୁ ଅଭିମନ୍ୟୁ ସା ୪ ୱିକେଟ, ମୋହିତ ଅଗ୍ରୱାଲ ୨ ୱିକେଟ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ପ୍ରଦୀପ କୁମାର ଦାଶ ଓ ପ୍ରୟାସ ବଗାର୍ । ସ୍କୋରର ଥିଲେ ମନୋଜ ପାତ୍ର ।

Leave A Reply

Your email address will not be published.

four + 19 =