pakka

ଉପରଝର ଆଜାଦ୍ କ୍ରିକେଟ୍ ପ୍ରତିଯୋଗିତା

bbehera

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ସ୍ଥିତ ମା’ ପାଟଖଣ୍ଡା ମିନି ଷ୍ଟାଡିୟମରେ ଆଜାଦ୍ ହିନ୍ଦ୍ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ପ୍ରତଯୋଗିତାର ତୃତୀୟ ଦିନର ପ୍ରଥମ ମ୍ୟାଚ୍‌ରେ ଲଣ୍ଡାପଥର ଦଳକୁ ବଙ୍ଗୋମୁଣ୍ଡା ଦଳ ହରାଇଥିଲା । ଦ୍ଵିତୀୟ ମ୍ୟାଚରେ ଥାଲବନ୍ଧକୁ ଦେଓଗାଁ ଦଳ ହରାଇଥିଲା । ସେମିଫାଇନାଲ ମ୍ୟାଚରେ ଦେଓଗାଁ ଦଳକୁ ବଙ୍ଗୋମୁଣ୍ଡା ଦଳ ହରାଇଥିଲା । ଏହି ଅବସରରେ ପୂର୍ବତନ ସରପଞ୍ଚ ରାଜୀବ ପଟେଲ ଓ ସମ୍ମାନିତ ଅତିଥି ଭାବେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶ ସାହୁ ଓ ଶଙ୍କରସନ୍ ପଧାନ ଯୋଗ ଦେଇଥିଲେ । ଆଜିର ଖେଳକୁ ରଞ୍ଜନ ପଧାନ ଓ ସତ୍ୟଦେବ୍ ପଧାନ ଖେଳ ପରିଚାଳନା କରିଥିବା ବେଳେ ଆଜାଦ୍ ହିନ୍ଦ୍ କ୍ଳବ୍‌ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । 

jay balangir
Leave A Reply

Your email address will not be published.

nine − 3 =