csstore

କାଲିପଲ୍ଲୀ ସ୍କୁଲରେ କୋଭିଡ ଯୋଦ୍ଧା ସମ୍ମାନୀତ କାର୍ଯ୍ୟକ୍ରମ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କାଲିପଲ୍ଲୀ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋଭିଡ ଯୋଦ୍ଧା ସମ୍ମାନୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡି, ଉପାଧ୍ୟକ୍ଷ ତଥା ସ୍ଥାନୀୟ ସମିତି ସଭ୍ୟ ଅମୀତ ସାହୁ, ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । କରୋନା ସମୟରେ ଜୀବନକୁ ବାଜି ଲଗାଇ ସେବା ଯୋଗାଇଥିବା ଶିକ୍ଷକ, ଶିକ୍ଷୟିତ୍ରୀ, ଏଏନଏମ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସିଆରପିମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଅତିଥିମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପି.ୱର୍ଦ୍ଧରାଜୁଲୁ ରେଡି, ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.