ଶିକ୍ଷା ଦେଉଥିବା ବ୍ୟକ୍ତିମାନେ ଭୁଲିଲେ କୋଭିଡ ନିୟମ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ପ୍ରଶାସନିକ ଅଧିକାରୀଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଭୁଲିଗଲେ କରୋନା କଟକଣା । କରୋନା କଟକଣା ସମୟରେ ଖପ୍ରାଖୋଲ ବ୍ଲକର ସାମ୍ବାଦିକମାନେ ଖପ୍ରାଖୋଲ ବ୍ଲକରେ କାର୍ୟ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ମାନୀତ କରିବା ସହିତ ବିଡ଼ିଓ ତରଣୀ ସୁନାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି କରୋନା ମହାମାରୀ ସମୟରେ ପ୍ରଶାସନିକ ଅଧିକାରୀମାନେ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଖୁଲମଖୁଲା କୋଭିଡ ନିୟମ ଉଲଂଘନ କରିଥିବା ଦେଖିବାକୁ ମିଳିଛି । ନା’ ଥିଲା ସାମାଜିକ ଦୂରତା, ନା’ ଥିଲା ମୁହଁରେ ମାସ୍କ । ପ୍ରଶ୍ନ ଉଠୁଛି, ଲୋକଙ୍କୁ ସଚେତନ କରୁଥିବା ବ୍ୟକ୍ତି ଯଦି ନିୟମ ଉଲଘଂନ କରନ୍ତି, ତାହେଲେ ଏହି ସମାଜକୁ ସୁଧାରିବ କିଏ ? ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଖପ୍ରାଖୋଲର ନୂତନ ବିଡ଼ିଓ ପ୍ରଭାତ କୁମାର ସାହୁ, ହରିଶଙ୍କର ରେଞ୍ଜର ଶ୍ରୀବତ୍ସ କୁମୁରା, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ତହସିଲଦାର ଧିରଜ କୁମାର ପାତ୍ର ଓ ସହକାରୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଖପ୍ରାଖୋଲର ବହୁ ସାମ୍ବାଦିକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 5 =