pakka

କୋଭିଡ-୧୯ ପାଇଁ ପୁଣି ଫିକା ପଡିଲା ଦୁର୍ଗାପୂଜା

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗ୍ରାମରେ ଆଜି ମାଁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ମାଁ ମୃଣ୍ମୟୀ ଦେବୀଙ୍କ ମହାଶପ୍ତମୀ ପୂଜାରେ କର୍ତ୍ତା ଭାବେ ଖପ୍ରାଖୋଲ ଗ୍ରାମର ଛାୟାକାନ୍ତ ବାରିକ ଓ ତାଙ୍କ ଧର୍ମପତ୍ନୀ ରୁବି ବାରିକ ଦାୟିତ୍ୱ ତୁଲାଉଛନ୍ତି । ସବୁ ରୀତିନୀତିରେ ମାଁଙ୍କ ପୂଜାର୍ଚନା ଚାଲିଥିବା ବେଳେ କୋଭିଡ – ୧୯ ର ନିୟମକୁ ପାଳନ କରି ସନ୍ଧ୍ୟା ଆଳତୀରେ ଘଣ୍ଟ, ଶଙ୍ଖ ଓ ବାଜା ବଜାଇ ଭକ୍ତ ମାନେ ପୂଜାରେ ଲାଗିପଡିଛନ୍ତି । ଖପ୍ରାଖୋଲ ଦୁର୍ଗାପୂଜା କମିଟିର ସମ୍ପାଦକ ଅଜିତ ହଂସ, କୋଷାଧକ୍ଷ ପିଙ୍କୁ ହଂସ ପୂଜା ମଣ୍ଡପ ଦାୟିତ୍ୱରେ ଥିବା ବେଳେ ପରିଚାଳନା ଦାୟିତ୍ୱରେ ସୁଶୀଳ ଦଣ୍ଡସେନା, ସୁଶାନ୍ତ ଭୋଇ ପ୍ରମୁଖ ସାମିଲ ଅଛନ୍ତି ।

Leave A Reply

Your email address will not be published.

10 + five =