pakka

ବ୍ରାହ୍ମଣୀପାଲିରେ ଅଖିଳ ଭାରତୀୟ ସଚେତନତା ଏବଂ ପ୍ରାଧିକରଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୦ଟା ସମୟରେ ଉଡାର ପଞ୍ଚାୟତ ବ୍ରାହ୍ମଣୀପାଳିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ଏକ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା । ଏହା ଅଖିଳ ଭାରତୀୟ ସଚେତନତା ଏବଂ ପ୍ରାଧିକରଣ କାର୍ଯ୍ୟକ୍ରମ ଆଜାଦିର ୭୫ତମ ସ୍ୱାଧୀନତା ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଓ ଲିଗାଲ ସର୍ଭିସ୍ ସପ୍ତାହ ପାଳନ ଅକ୍ଟୋବର ୨ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିରରୁ ଜିଲ୍ଲା ସଚିବ ଦେବାଶିଷ ଦାସ, ପାରାଲିଗାଲ ସ୍ୱେଚ୍ଛାସେବୀ ବିଦ୍ୟୁତ ଲତା ଖମାରୀ, ପ୍ରକାଶ ସେଠ୍, ମୁଖ୍ୟ କିରାଣୀ ରଜନୀକାନ୍ତ ରଥ ଉପସ୍ଥିତ ଥିଲେ । ସଚିବ ଦେବାଶିଷ ଦାସ ଓ ବିଦ୍ୟୁତଲତା ଖମାରୀ ବିଭିନ୍ନ ପ୍ରକାର ଆଇନ ଉପରେ ସଚେତନ କରିଥିଲେ । ବ୍ରାହ୍ମଣୀପାଲି ଗାଁରୁ ବିଭିନ୍ନ ସମସ୍ୟା ବାହାରିଥିବାରୁ ଏହାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଚୈତନ୍ୟ ପ୍ରଧାନ ଓ ଅଙ୍ଗନୱାଡ଼ି କର୍ମୀ ଜ୍ୟୋତ୍ସ୍ନା ବାଗ ଆୟୋଜନ କରିଥିଲେ । ପ୍ରକାଶ ସେଠ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × four =