csstore

ଲଳିତନଗର ଠାରୁ ୪୨୦ ବୋତଲ କଫ ସିରଫ ଜବତ କରିବା ସହ ୨ ଜଣଙ୍କୁ ଗିରଫ କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ କଫ୍‌ ସିରଫ ଚୋରା ଚାଲାଣ ବଢି ବଢ଼ି ଚାଲିଥିବା ବେଳେ ଆଜି ଟାଉନ ପୋଲିସ ସହରର ଲଳିତନଗରଠାରୁ ୪୨୦ ବୋତଲ କଫ୍‌ ସିରଫ ଜବତ କରିବା ସହ ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଦୁଇ ଜଣ ଅଭିଯୁକ୍ତ ହେଲେ ଲଳିତନଗର ବିଶ୍ଵନାଥ ବେହେରା ଓ ବରପାଲିପଡ଼ାର ସଚିନ ଦଳେଇ । କଫ୍‌ ସିରଫ ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଏକ ପଲସର ବାଇକକୁ ମଧ୍ୟ ପୋଲିସ ଏହି ଦୁଇ ଜଣଙ୍କଠାରୁ ଜବତ କରିଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.