ରାଜ୍ୟରୁ ପୁଣି ୧୩୮୪ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍): ଆଜି ରାଜ୍ୟରେ ନୂତନ ଭାବେ ୧୩୮୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୫୯୫ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୮୮୯ ଜଣ ସଂଗରୋଧରେ ଥିବା ସୂଚନାରେ କୁହାଯାଇଛି । ଏବେ ସୁଦ୍ଧା ୩୭,୬୮୧ ଜଣ ପୋଜେଟିଭ୍ ଜଣାପଡ଼ିଥିବା ବେଳେ ଏଥିରୁ ୨୩,୦୭୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୪,୩୫୦ ଜଣ ସକି୍ରୟ ରହିଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୯୭ ହଜାର ୫୯୦ ଜଣଙ୍କ ପରୀକ୍ଷା କରାଯାଇଛି । ସରକାରୀ ସୂଚନା ଅନୁସାରେ ଆଜି ଅନୁଗୁଳରୁ ୧୪, ବାଲେଶ୍ୱରୁ ୩୭, ବରଗଡ଼ରୁ ୧୦, ଭଦ୍ରକରୁ ୪୦, ବଲାଙ୍ଗିରରୁ ୫, ବୌଦ୍ଧରୁ ୨, କଟକରୁ ୧୨୧, ଢେଙ୍କାନାଳରୁ ୫୧, ଗଜପତିରୁ ୩୮, ଗଂଜାମରୁ ୨୮୮, ଜଗତସିଂହପୁରରୁ ୨୦, ଯାଜପୁରରୁ ୩୯, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୨, କେଉଁଝରରୁ ୬୬, ଖୋର୍ଦ୍ଧାରୁ ୨୦୧, କୋରାପୁଟରୁ ୪୯, ମାଲକାନଗିରିରୁ ୩୪, ମୟୁରଭଂଜରୁ ୨୮, ନବରଂଗପୁରରୁ ୨, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୩, ପୁରୀରୁ ୩୪, ସମ୍ବଲପୁରରୁ ୮୨, ସୋନପୁରରୁ ୧ ଓ ସୁନ୍ଦରଗଡ଼ରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.