ସାରା ଦେଶରେ ୫୨,୦୫୦ ଚିହ୍ନଟ, ୮୦୩ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ବ୍ୟାପୁଛି କରୋନା, ବଢ଼ୁଛି ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୨,୦୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୮୦୩ ଜଣଙ୍କ ମୃତୁ୍ୟ ଘଟିଥିବା କୁହାଯାଇଛି । ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୫୪ ହଜାର ୯୪୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ୧୫ ହଜାର ୮୪୨ ଜଣଙ୍କ ବର୍ତ୍ତମାନ ସୁଦ୍ଧା ମୃତୁ୍ୟ ଘଟିଛି । ସାରା ଦେଶରେ ୫ ଲକ୍ଷ ୮୬ ହଜାର ୨୯୮ ଜଣ ଚିକିତ୍ସିତ ହେଉଥିବା ବେଳେ ୧୨ ଲକ୍ଷ ୩୦ ହଜାର ୫୦୯ ଜଣ ସୁସ୍ଥ ହୋଇଥିବା ଖବର ମିଳିଛି ।

Leave A Reply

Your email address will not be published.