୪୦୦ଜଣଙ୍କୁ ପ୍ରଥମ ଡୋଜ କରୋନା ଟୀକା ଦିଆଗଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗ ଠାରେ ମଙ୍ଗଳବାର ଦିନ ମହାମାରୀ କରୋନା ପାଇଁ ପ୍ରଥମ ଡୋଜ ଟୀକା ୪୦୦ ଜଣକୁ ପ୍ରଦାନ କରାଯାଇଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିରେ ବ୍ଲକ ବିଦ୍ୟୁତ କର୍ମଚାରୀ ୯ଜଣ ଓ ମିଶନ ଶକ୍ତି ମହିଳା ମହାସଂଘ ସଦସ୍ୟା ୨୩ ଜଣ ସାମିଲ ହୋଇଥିଲେ । ମୋଟ ୪୦୦ଜଣ ବ୍ୟକ୍ତି ଏହି କ୍ୟାମ୍ପରେ କରୋନା ଟୀକା ନେଇଥିବା ସହ ୪୫ ବର୍ଷ ବୟସରୁ ଉଦ୍ଧ୍ୱର୍ ବ୍ୟକ୍ତି ଏହି ପ୍ରଥମ ଡୋଜ ଟୀକାକରଣରେ ସାମିଲ ହୋଇଥିବା ଜଣାପଡିଛି । ସମସ୍ତ ଟୀକାଧାରୀ ବ୍ୟକ୍ତି ସୁସ୍ଥ ରହିଥିବା ବେଳେ କାହାର କୌଣସି ପାଶ୍ୱର୍ପ୍ରକିୟା ନଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିପିଏମ୍‌ ଦିଲ୍ଲୀପ ପରିଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

1 + six =

error: Content is protected !!