କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଦ ଡାକ୍ତରଖାନା ପ୍ରାଙ୍ଗଣରେ ଡାକ୍ତର ମଧୁସ୍ମିତା ମେହେରଙ୍କ ଅଧ୍ୟକ୍ଷତାରେ କରୋନା ଯୋଦ୍ଧା ଡାକ୍ତର, ନର୍ସ, ଏଏନଏମ, ଅଙ୍ଗନୱାର୍ଡି କର୍ମୀ, ଆଶା ଦିଦିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଉପସ୍ଥିତ ଥିବା ଡାକ୍ତରଖାନାର ସମସ୍ତ ଷ୍ଟାପ, ଝାରବନ୍ଦ, ଅମଠି, ଚଣ୍ତିଭଟା, ଗଠୁଗୁଡା ଆଦି ଗ୍ରାମ ପଞ୍ଚାୟତର ସମସ୍ତ ଆଶା ଦିଦି ଓ ଅଙ୍ଗନୱାର୍ଡି କର୍ମୀଙ୍କୁ ପାଦ ଧୋଇ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଅଙ୍ଗନୱାର୍ଡି କର୍ମୀ, ଆଶା ଦିଦିମାନେ ତାଙ୍କର କେତେକ ସମସ୍ୟାକୁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କୁ ଅବଗତ କରିଥିଲେ ।

ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଝାରବନ୍ଦ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ କୁମୁଦିନୀ ସାହୁ, ଝାରବନ୍ଦ ସରପଞ୍ଚ ଶ୍ରୀମତୀ ଧନମତି ପାଣ୍ତେ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହରିହର ସାହୁ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ମାନଭଞ୍ଜନ ମିର୍ଦ୍ଧା, ଡା. ଲମ୍ବୋଦର ପଣ୍ତା, ସୁମନ୍ତ ମୁନା, ଆଇନଜୀବୀ ଜୟ ନିଗମ, ମିଳନ ପାଣ୍ତେ ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.