ବୋବାଲ୍‌ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ପୁଣି ୩୯୯୬ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ବୋବାଲ୍‌ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୯୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୩୫୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୬୩୭ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୮, ବାଲେଶ୍ୱରରୁ ୨୦୯, ବରଗଡ଼ରୁ ୯୭, ଭଦ୍ରକରୁ ୧୧୨, ବଲାଙ୍ଗିରରୁ ୧୨୪, ବୌଦ୍ଧରୁ ୩୯, କଟକରୁ ୩୫୪, ଦେବଗଡ଼ାରୁ ୧୦, ଢେଙ୍କାନାଳରୁ ୮୭, ଗଜପତିରୁ ୨୫, ଗଂଜାମରୁ ୮୯, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଝାରସୁଗୁଡ଼ାରୁ ୭୯, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୪୭, କେନ୍ଦ୍ରାପଡ଼ାରୁ ୧୩୦, କେଉଁଝରରୁ ୬୦, ଖୋର୍ଦ୍ଧାରୁ ୬୦୬, କୋରାପୁଟରୁ ୯୩, ମାଲକାନଗିରିରୁ ୪୭, ମୟୁରଭଂଜରୁ ୧୬୦, ନବରଙ୍ଗପୁରରୁ ୧୫୧, ନୟାଗଡ଼ରୁ ୭୭, ନୂଆପଡ଼ାରୁ ୧୦୩, ପୁରୀରୁ ୨୭୯, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୯୧, ସୋନପୁରରୁ ୯୧, ସୁନ୍ଦରଗଡ଼ରୁ ୮୮, ଷ୍ଟେଟ୍‌ ପୁଲ୍‌ ୨୦୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୪୩୧୧୭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୮୦୦୧ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.