ବଲାଙ୍ଗିର ଜିଲ୍ଲାରେ ଆଜି ୭୬ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ମାତ୍ର ୫ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୧, ୬ରୁ ୧, ୧୮ରୁ ୧ ଏବଂ ୧୯ରୁ ୨ ଜଣ ଆକ୍ରାନ୍ତଙ୍କ ତାଲିକାରେ ରହିଛନ୍ତି । ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ସାଲେଭଟା ଗ୍ରା.ପ.ରୁ ୩, ଆଗଲପୁର ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଚିକଲବାହାଲ ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ସିନ୍ଧେକେଲା ଗ୍ରା.ପ.ରୁ ୩, ଗନ୍ଧରିଆ ଗ୍ରା.ପ.ରୁ ୧, ମୁଁଡ଼୍‌ପଦର ଗ୍ରା.ପ.ରୁ ୧ ଏବଂ ଖଏରା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୩ ଏବଂ ଯୁବା ଗ୍ରା.ପ.ରୁ ୩, ଗୁଡ଼ଭେଲା ବ୍ଲକ ତୁଷୁରା ଗ୍ରା.ପ.ରୁ ୩, ଯାମୁଟ ଗ୍ରା.ପ.ରୁ ୧ ଓ ମାଢେ଼କେଲା ଗ୍ରା.ପ.ରୁ ୧, କଣ୍ଟାବାଂଜି ଏନ୍‌ଏସି ୱାର୍ଡ ନଂ.୮ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୧, ଧଣ୍ଡାମୁଣ୍ଡା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ୩, ରତାଖଣ୍ଡି ଗ୍ରା.ପ.ରୁ ୩, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ଚଲକି ଗ୍ରା.ପ.ରୁ ୧ ଓ ହଲ୍‌ଦୀ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ ଦେଉଲ୍‌ଗାଁ ଗ୍ରା.ପ.ରୁ ୧, ଖୁଣ୍ଟ୍‌ସମଲେଇ ଗ୍ରା.ପ.ରୁ ୧, ଘଁସିଏନ୍‌ ଗ୍ରା.ପ.ରୁ ୩ ଏବଂ ମରୁଆଁ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ.୧୩ରୁ ୧, ପୁଇଁନ୍ତଲା ବ୍ଲକ୍‌ କୁରୁଲ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୫, ସଇଁନ୍ତଲା ଗ୍ରା.ପ.ରୁ ୪ ଏବଂ ବେଲଗାଁ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ ଗ୍ରା.ପ.ରୁ ୬, ସିହିନୀ ଗ୍ରା.ପ.ରୁ ୧ ଏବଂ ଲୁଥୁରବନ୍ଧ ଗ୍ରା.ପ.ରୁ ୧, ଟିଟିଲାଗଡ଼ ଏନ୍‌ଏସି. ୱାର୍ଡ ନଂ.୧ରୁ ୩, ୪ରୁ ୨, ୬ରୁ ୨, ୧୨ରୁ ୧ ଏବଂ ୧୫ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ସମୁଦାୟ ୩୯୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୨୪୨ ସୁସ୍ଥ ହୋଇଛନ୍ତି ଏବଂ ମାତ୍ର ୬୬୮ ଜଣ ଏକ୍‌ଟିଭ୍‌ ଥିବା ରିପୋର୍ଟରେ କୁହାଯାଇଛି । କରୋନା ସଂକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.