ଟିଟିଲାଗଡରେ ପ୍ରଥମ କୋରୋନା ରୋଗୀ ମୃତ

ଟିଟିଲାଗଡ଼, (ଗୌରବ ଦରଜୀ) : ଟିଟିଲାଗଡରେ ଆଜି ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସେ ଗତ କିଛି ଦିନ ହେଲା ଟିଟିଲାଗଡ ସ୍ଥିତ ଏମ୍ ସି ଏଚ୍ ରେ ଚିକିତ୍ସିତ ହେଉଥିଲେ । ଟିଟିଲାଗଡର ହାଟପଦା ପଡା ୧୫ ନମ୍ୱର୍ ୱାର୍ଡର ମୃତ ମହିଳା ଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି । କୋରୋନା ରୋଗୀଙ୍କ ମୃତ୍ୟୁ ପରେ ଟିଟିଲାଗଡରେ ଭୟର ବାତାବରଣ ଦେଖାଯାଇଛି ।

Leave A Reply

Your email address will not be published.