centurian jitm

ବିସ୍ତାପିତଙ୍କୁ ଭୂମି ଓ ବାସଗୃହ ଯୋଗାଇ ଦେବା ପାଇଁ ଦାବୀପତ୍ର ଦେଲା ନଗର କଂଗ୍ରେସ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗହଳିରୁ ରୋଜଗାର ଅନ୍ୱେଷଣରେ ଅନେକ ଗରିବ, ଭୂମିହୀନ ସହରକୁ ଆସି ତାଙ୍କର ଜୀବିକା ନିର୍ବାହ କରୁଛନ୍ତି । ସମୟ କ୍ରମେ ସେମାନେ ବିଭିନ୍ନ ସରକାରୀ ଜମି ଉପରେ ଜୀବିକା ନିର୍ବାହ ପାଇଁ ଘର ଖଣ୍ଡେ ତିଆରି କରି ବସତି ସ୍ଥାପନ କରୁଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ଭୂମିହୀନଙ୍କୁ ସରକାର ବିନା ମୁଲ୍ୟରେ ଜମି ଓ ବାସଗୃହ ଯୋଗାଇ ଦେବା କଥା । ବାରମ୍ବାର ପ୍ରଶାସନ ତଥା ସରକାରଙ୍କୁ ଅନୁରୋଧ କଲେ ମଧ୍ୟ ଗରିବଙ୍କ କଥା କାହାକୁ ଶଭୁନାହିଁ । ଓଲଟା ବିନା ନୋଟିସ କିମ୍ବା ସ୍ୱଳ୍ପ ସମୟର ନୋଟିସ ଦେଇ ସେ ଲୋକମାନଙ୍କ ଘର ଭାଙ୍ଗି ସେମାନଙ୍କୁ ଉଚ୍ଛେଦ କରୁଛନ୍ତି । ଯଦି ପ୍ରଶାସନର ଏପରି କାର୍ଯ୍ୟକ୍ରମ ଜାରି ରହେ, ତେବେ କଂଗ୍ରେସ ଦଳ ଆଗାମୀ ଦିନରେ ଭୂମିହୀନ ଗରିବଙ୍କ ଦାବୀକୁ ନେଇ ସାରା ଜିଲ୍ଲାରେ କଠୋର ଆନ୍ଦୋଳନ କରିବ ବୋଲି ଆଜି ନଗର କଂଗ୍ରେସ ଚେତାବନୀ ଦେଇଛି ।

ଭୂମିହୀନ ବାସହୀନଙ୍କୁ ଜମି ଓ ଗୃହ ଦେବା ଦାବୀରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହେବା ସହ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ସଭାରେ ବକ୍ତାମାନେ କହିଥିଲେ ଗତ ୫ ବର୍ଷ ହେବ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଏଠାକାର ଗରିବ ଭୂମିହୀନଙ୍କ ପାଇଁ ଜାଗା ଓ ଘର ଦେବା ପାଇଁ ଦାବୀ କରୁଛନ୍ତି । ଏପରି କି ତାଙ୍କ ପ୍ରଚେଷ୍ଟାରେ ପ୍ରଶାସନ ସହର ନିକଟରେ ୧୦ରୁ ୧୫ ଏକର ଜମି ମଧ୍ୟ ଚିହ୍ନଟ କରିସାରିଛି । କିନ୍ତୁ କାହିଁକି କେଜାଣି ଏହି ଭୂମିହୀନମାନଙ୍କୁ ଚିହ୍ନଟ ଜମି ସ୍ଥାନୀୟ ପ୍ରଶାସନ ପ୍ରଦାନ କରୁନାହିଁ । ଏହା ଆଶ୍ଚର୍ଯ୍ୟର ବିଷୟ । ତେଣୁ ଆଜିର ଦାବୀପତ୍ରରେ ନଗର କଂଗ୍ରେସ ସ୍ପଷ୍ଟ ଦାବୀ କରିଛି ଯେ, ସହରରେ ଯେତେ ବି ଭୂମିହୀନ, ବାସହୀନ ଗରିବ ପରିବାର ଅଛନ୍ତି ସମସ୍ତଙ୍କୁ ଯଥାଶୀଘ୍ର ଜମି ଓ ଘର ଦେବାର ବ୍ୟବସ୍ଥା କରାଯାଉ । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂ ଲାଗୁରି ଆନ୍ଦୋଳନକାରୀଙ୍କ ଠାରୁ ଗ୍ରହଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ନାୟକ, ଜିଲ୍ଲା କଂଗ୍ରେସ ଉପ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ସେବାଦଳ ମୁଖ୍ୟ ଅସୀତ ମିଶ୍ର, କିଷାନ ସେଲ ଜିଲ୍ଲା ସଭାପତି ସାନନ୍ଦ ମିଶ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଯୁବ କଂଗ୍ରେସ ନେତା ଅଭିନାଶ ସାଏ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ମନବୋଧ ହରପାଲ, ନାସିର ଖାନ, ମାନସ ମହାନ୍ତି, ଟିଟୁ ରଣା, ଟୁଲୁ ସେନ, କୁଳମଣି ସାହୁ, ପ୍ରତ୍ୟୁଷ ପାଣିଗ୍ରାହୀ, କିଶୋର ଦଣ୍ଡସେନା, ନାରୀନେତ୍ରୀ ଏଲିଜା ଖ୍ରିଷ୍ଟୋ ଦାସ, ସମସଙ୍ଗ ନିଶା, ଅନ୍ନପୂର୍ଣ୍ଣା ବଢିଆ, ସବିତା ଶତପଥୀ, ମୀରା ମଣ୍ଡଳ, ସବିତା ସାହୁ, ଲକ୍ଷ୍ମୀ ବେହେରା, ଲୋପନ ମିଶ୍ର, ମିଟୁ ସାହୁ, ବିଟୁନ ସ୍ୱାଇଁ, କିରନ ସେଠ, ଅନ୍ତ ମଛଖଣ୍ଡ, ଅଜିତ ସେଠ, ନିଶି କୁମାର, ବିଜୟ ଖରସେଲ, ବିରେନ ସାହୁ, ଗୋ÷÷ର ବଗର୍ତ୍ତି, କାଲିଆ ନାଏକ, କୈଳାସ ମିଶ୍ର, ଝୁପଲୁ ମହାନ୍ତି, ରାଜେଶ ହୋତା, ଟିକଲ ପୁଟେଲ, ରାଜନ ସାହୁ, ଅଶୋକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.