csstore

କଂଗ୍ରେସ ବ୍ଲକ ସଭାପତି ଗଣେଶ ରେଡ୍ଡୀଙ୍କ ଦେହାନ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଂଗ୍ରେସର ବରିଷ୍ଠନେତା ତଥା ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡୀଙ୍କ ଦେହାନ୍ତ ଘଟିଛି । ଖବର ପାଇ କାଇଞ୍ଚପୁର ଗ୍ରାମ ସ୍ଥିତ ତାଙ୍କ ବାସ ଭବନରେ ଦଳବଳ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକେ ତାଙ୍କର ଶେଷ ଦର୍ଶନ ପାଇ ଭିଡ଼ ଜମିଥିଲା । ଗତକାଲି ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ ଫଲରେ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା । ଖବର ପାଇ ସାନଖେମୁଣ୍ଡି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ରମେଶ ଜେନା, ଛତ୍ରପୁର କଂଗ୍ରେସ ବିଧାୟକ ପାର୍ଥୀ ଭାଗିରଥି ବେହେରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କଂଗ୍ରେସ ଗଞ୍ଜାମ ନଗର ସଭାପତି ଯଜ୍ଞଶ୍ଵର ଶତପଥୀ, ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ନିଆଯାଇ ତାଙ୍କ ଗ୍ରାମର ମଶାଣି ଋଷିକୂଲ୍ୟା ନଦୀ ଘାଟରେ ଦାହା କରାଯାଇଥିଲା । ତାଙ୍କର ପୁଅ କୁନା ରେଡ୍ଡୀ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ଶୋକର ଛାୟା ଖେଳିଯାଇଛି । ଗଞ୍ଜାମ ପ୍ରେସ୍‌ କ୍ଳବ ସଭାପତି ଶବର କୁମାର ତରାଇ, ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ, କୋଷାଧକ୍ଷ ପ୍ରଦୀପ କୁମାର ପଣ୍ଡା ସମେତ ବହୁ ବ୍ୟକ୍ତି ଶୋକ ପ୍ରାର୍ଥନା କରିଛନ୍ତି ।

jayashree
Leave A Reply

Your email address will not be published.