ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିର ଏକ ଷଡଯନ୍ତ୍ର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିର ଏକ ଷଡଯନ୍ତ୍ର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି କଂଗ୍ରେସ । ବଲାଙ୍ଗିର ସାମ୍ବାଦିକ ଭବନରେ ଆଜି ଅପରାହ୍‌ହ୍ନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରାଯାଇ କଂଗ୍ରେସ ପକ୍ଷରୁ ଏଭଳି ମନ୍ତବ୍ୟ ରଖାଯାଇଛି । କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଗତ ଅକ୍ଟୋବର ୨୦ ତାରିଖ ଶୁକ୍ରବାର ଦିନ ନିଜ କାର୍ଯ୍ୟରୁ ସେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଏହି ଆବେଦନକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କାର୍ମୀକ ମନ୍ତ୍ରଣାଳୟ ବିଭାଗକୁ ସେହି ଦିନ ପଠାଇଲେ ଏବଂ ଅକ୍ଟୋବର ୨୩ ତାରିଖ ଦିନ ଅର୍ଥାତ ୩ ଦିନ ମଧ୍ୟରେ ତାଙ୍କର ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କଲେ । ଏହି ତିନିଦିନ ମଧ୍ୟରେ ଦୁଇ ଦିନ କେନ୍ଦ୍ର ସରକାରଙ୍କର ଛୁଟି ଦିନ ଥିଲା । କାହିଁକି ଭି.କେ. ପାଣ୍ଡିଆନଙ୍କ ଆବେଦନକୁ ୪୮ ଘଂଟା ମଧ୍ୟରେ କେନ୍ଦ୍ର କାର୍ମୀକ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କଲେ । କେନ୍ଦ୍ର ସରକାର ଏହା ପୂର୍ବରୁ ଓଡ଼ିଶାର କୌଣସି ଆଇ.ଏସ୍‌. ଅଫିସରଙ୍କ ଘଟଣାରେ ଏଭଳି ତତ୍ପରତା ଦେଖାଇବାର ନଜିର୍ ଅଛି କି ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି । ଅବସର ଗ୍ରହଣ ଆବେଦନ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବାର ୨ ଘଂଟା ମଧ୍ୟରେ ରାଜ୍ୟ ସରକାର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ପାଣ୍ଡିଆନଙ୍କୁ ପୁନର୍ବାର ୫ଟି ବିଭାଗର ଅଧ୍ୟକ୍ଷ ଓ ନବୀନ ଓଡ଼ିଶା କାର୍ୟ୍ୟକ୍ରମର ଅଧ୍ୟକ୍ଷ କରିବାର ଘୋଷଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବୋଲି କଂଗ୍ରେସ ପକ୍ଷରୁ ମତପ୍ରକାଶ କରାଯାଇଛି । କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଜିଲ୍ଲା କଂଗ୍ରେସ ମୁଖ୍ୟ ପ୍ରବକ୍ତା ଅଜୟ ବାଲି, ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ ଓ ଛାତ୍ର କଂଗ୍ରେସର ଅଙ୍କିତ ସାହୁ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.

three × five =