କଂଟାବାଂଜି ଏନ୍‌ଏସି ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

  • ଟ୍ରେଡ ଲାଇସେନ୍ସ ଆଳରେ ବ୍ୟବସାୟୀଙ୍କୁ ହଇରାଣ ହରକତ୍‌ କରିବା ସହ ଦୁନୀର୍ତି ଅଭିଯୋଗ-କଂଗ୍ରେସ
  • କଂଗ୍ରେସର ରାଜନୈତିକ ବିକ୍ଷୋଭକୁ ଆପ୍‌ ସଂଯୋଜକଙ୍କ ଏନ୍‌ଏସି ସମ୍ମୁଖରେ ପ୍ରତିବାଦ

କଂଟାବାଂଜି, (କେପିଏନ୍‌ଏସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏସି ସମ୍ମୁଖରେ କଂଟାବାଂଜି ନଗର କଂଗ୍ରେସର ଏକ ବିକ୍ଷୋଭ ଏନ୍‌ଏସି କାର୍ଯ୍ୟଳୟ ସମ୍ମୁଖରେ ଆଜି ଆୟୋଜିତ ହୋଇଛି । ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି କଂଗ୍ରେସ କର୍ମୀ ସହ ସ୍ଥାନୀୟ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ମଧ୍ୟ ସାମିଲ ଥିଲେ । କଂଟାବାଂଜି ଏନ୍‌ଏସିର ର୍ବମାନ କାର୍ଯ୍ୟରତ ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ସମ୍ମି ରେଡ୍ଡି ଜୟଶ୍ରୀ ଟ୍ରେଡ ଲାଇସେନ୍ସ ନାଁରେ ବ୍ୟବସାୟୀ ମାନଙ୍କୁ ହଇରାଣ ହରକତ କରିବା ସହ ଦୋକାନ ବଜାର ସିଲ୍‌ କରୁଥିବା ପ୍ରତିବାଦରେ ଆଜି କଂଗ୍ରେସ ଏହି ବିକ୍ଷୋଭ କରିଛି । ସହରରେ ଥିବା ବ୍ୟବସାୟୀ ମାନଙ୍କୁ ଟ୍ରେଡ ଲାଇସେନ୍ସ ନେବା ପାଇଁ କୌଣସି ପ୍ରକାର ନୋଟିସ ଜାରି କରି ନଥିବା ବେଳେ ଅନ୍‌ଲାଇନ ଯୋଗେ ଆବେଦନ କଲେ ୱେବ ସାଇଟ ଚାଲୁ ନଥିବାରୁ ବ୍ୟବସାୟୀମାନେ ଟ୍ରେଡ ଲାଇସେନ୍ସ ନେଇ ପାରୁ ନାହାନ୍ତି । ଟ୍ରେଡ ଲାଇସେନ୍ସ ଆବେଦନ କଲେ କାର୍ଯ୍ୟାଳୟ ତରଫରୁ ମୋଟା ରକମର ଟଙ୍କା ଦାବୀ କରୁଥିବା ଅଭିଯୋଗ ସହ ବିଭିନ୍ନ ଦୁର୍ନୀତି ସହ ଏନଏସି କାର୍ଯ୍ୟାଳୟ ଜଡିତ ଥିବାରୁ ବ୍ୟବସାୟୀମାନେ ହଇରାଣ ହରକତ ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ବିକ୍ଷୋଭରେ କଂଗ୍ରେସ ନଗର ସଭାପତି ତଥା ପୂର୍ବତନ ନଗରପାଳ ଡମ୍ବରୁଧର ବେହେରାଙ୍କ ନେତୃତ୍ୱରେ ପୂର୍ବତନ କାଉନସିଲର ବରିୟାମ ସିଂ ସାଲୁଜା(ନାଙ୍ଗୁ), ପୂର୍ବତନ ଉପନଗରପାଳ ଘନଶ୍ୟାମ ଗୁପ୍ପା, ନାଗେଶ୍ୱର ଦୀପ ସହ ଅନେକ କଂଗ୍ରେସ କର୍ମୀ ସାମିଲ ଥିଲେ । ଏହି ବିକ୍ଷୋଭକୁ ଆମ ଆଦମି ପାର୍ଟି କଂଟାବାଂଜି ନିର୍ବାଚନ ମଂଡଳି ସଂଯୋଜକ ସୁରଥ ବେହେରା ଏବଂ କର୍ମୀ ପ୍ରତିବାଦ କରିଛି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ । ବର୍ଷ ବର୍ଷ ଧରି ବ୍ୟବସାୟୀମାନେ କଂଟାବାଂଜି ଏନଏସି ସହରାଂଚଳରେ ବିଭିନ୍ନ ଦୋକାନ ବଜାର ଖୋଲି ବ୍ୟବସାୟ କରୁଛନ୍ତି ହେଲେ ଭାରତ ୫୦/୬୦ ବର୍ଷ ହେଲା ବ୍ୟବସାୟୀମାନେ ଟ୍ରେଡ ଲାଇସେନ୍ସ ନନେଇ ରାଜସ୍ୱ ଫାଙ୍କୁଥିବା ଅଭିଯୋଗ କରିଛନ୍ତି । ଏପରିକି ସହରର ମଧ୍ୟ ଭାଗରେ ଥିବା ହିନ୍ଦୀ ସ୍କୁଲ କମ୍ପେ୍ଲକ୍ସ ସରକାରୀ ଜମିରେ ଥିବା ବେଳେ ନିର୍ଦ୍ଧିଷ୍ଟ ସମାଜର ବ୍ୟବସାୟୀ ଗୋଷ୍ଠୀ ୫୦/୬୦ ବର୍ଷ ହେଲା ସ୍କୁଲ ଜମିକୁ ଜବର ଦଖଲ କରି ୩୦ରୁ ଅଧିକ ଦୋକାନ ଗୃହ ନିର୍ମାଣ କରି ମାସିକ ଲକ୍ଷ ଲକ୍ଷ ଟଙ୍କା ସମାଜ ନାଁରେ ଅସୁଲି କରୁଛନ୍ତି । ଏପରିକି ଉକ୍ତ ଦୋକାନ ଗୁଡିକର କୌଣସି ଟ୍ରେଡ ଲାଇସେନ୍ସ ମଧ୍ୟ ନାହିଁ । ଏହି ବିଷୟ ଏନଏସି ନିର୍ବାହୀ ଅଧିକାରିଣୀ କାଗଜାଦ୍‌ ଯାଂଚ କରିବା ସହ ବେନିୟମ ଭାବେ ଦୋକାନ ବଜାର କରିଥିବା ନେଇ ସିଲ ମଧ୍ୟ କରିଥିଲେ । ଯାହା ଯୁକ୍ତ ଯୁକ୍ତ ବୋଲି ଆପ୍‌ କହିଛି । କଂଗ୍ରେସର ଏନଏସି ବିରୋଧରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ଆଗାମୀ ନିର୍ବାଚନୀ ପାଇଁ ଏପରି ଦଳକୁ ସୁହାଇଲା ଭଳି କରିଛି ବୋଲି ସୁରଥ ବେହେରା ପ୍ରେସ ବିବୃତିରେ କହିଛନ୍ତି । ବିକ୍ଷୋଭ ବେଳେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୋଲିସ ତରଫରୁ ଆଇଆଇସି ସତ୍ୟଜିତ କନ୍ଦନକେଲ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ସ୍ଥାନୀୟ ଅତିରିକ୍ତ ତହସିଲଦାର ତଥା ଏକଜ୍ୟୁକୁଟିଭ୍‌ ମାଜିଷ୍ଟ୍ରେଟ ଯୋଗେଶ୍ୱର ଧରୁଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seven − 5 =