ବସ୍‌ରୁ ଖସି କଲେଜ ଛାତ୍ର ମୃତ

ଆସ୍କା : ହିଂଜିଳି ଥାନା ରାଳବ ଛକ ନିକଟରେ ଅଘଟଣ । ବସରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ରାହୁଲ ନାୟକ(୧୯) । ସେ ଅଙ୍କୁଶପୁର ଏସଏମଆଇଟି କଲେଜରେ ଡିପ୍ଲୋମା କରୁଥିଲେ । ରାହୁଲ ହିଂଜିଳିରୁ ମହାବାହୁ ନାମକ ଏକ ବସ୍‌ ଯୋଗେ ନିଜ ଘର କୁଟିଆ ପଦରକୁ ଫେରୁଥିଲେ । କୌଣସି କାରଣରୁ ରାଳବ ଛକ ଠାରେ ବସ୍‌ରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ତ୍ୟନ୍ତ ଲୋକ ବସ୍‌କୁ ଭଙ୍ଗା ରୁଜା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଆୟତ୍ତ କରିବା ସହ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

one + fifteen =