om academy

ଫାସଡ, ସକ୍‌ମା, ମନହୀରା ଓ ଫଟକରା ଗାଁର ୬୫ରୁ ଅଧିକ କର୍ମୀ କଂଗ୍ରେସ ଛାଡି ବଲାଙ୍ଗିର ବିଜେଡିରେ ଯୋଗଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଫାସଡ, ସକମା, ମନହୀରା ଓ ଫଟକରା ଗାଁର ବିରେନ୍ଦ୍ର ରାଉତଙ୍କ ସହିତ ୬୫ରୁ ଅଧିକ ବ୍ୟକ୍ତି କଂଗ୍ରେସ ଛାଡି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ସକ୍‌ମା ଓ ଫାସଡର ଜିତେନ୍ଦ୍ର ସ୍ୱାଇଁ ଓ ବଲିଆ ସେଠ୍‌ଙ୍କ ନେତୃତ୍ଵରେ ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱ ଓ ବିକାଶ କାର୍ଯ୍ୟକୁ ଦେଖି ସମସ୍ତେ ବିଜେଡ଼ିରେ ମିଶିଥିବା କହିଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡ଼ିରେ ସାମିଲ୍‌ ହୋଇଥିବା ମତବ୍ୟକ୍ତ କରିଛନ୍ତି । ବିଜେଡ଼ିର ଏଭଳି ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡ଼ିକୁ ଆହୁରି ବଳିଷ୍ଠ କରିବା ପାଇଁ ସମସ୍ତେ ବିଜେଡ଼ିରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି । କଳିକେଶ ନାରାୟଣ ସିଂହଦେଓ ସମସ୍ତ ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ।

Leave A Reply

Your email address will not be published.

2 × 4 =