pakka

ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ମହାନ ଚିନ୍ତାଧାରା ଓ ଦିଗ୍‌ଦର୍ଶନ ଉପରେ ଆଲୋକପାତ କରିଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ସ୍ୱକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟରେ ଏକ ଭଜନ ସମାରୋହର ଆୟୋଜନ ହୋଇଥିଲା । ଏଥିରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ କରାଯାଇ ତାଙ୍କୁ ସ୍ମରଣ କରାଯାଇଥିଲା ।

Leave A Reply

Your email address will not be published.

sixteen − 2 =