ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କ୍ଲଷ୍ଟର ସ୍ଥିତ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତା ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୋସିୟା ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ବ୍ଲକ ସହଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ପୂର୍ବତନ ସିଆରସିସି ଡାକ୍ତର ପତି, ରାମପୁର ସିଆରସିସି ପ୍ରଦୀପ୍ତ କିଶୋର ଦାଶ, ମାୟାବର୍ହା ସିଆରସିସି ସୌରଭ ସାହୁ, ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ, ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ଓ ସୀତାରାମ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ପାଇଁ ପିତାମାତା ଓ ଅବିଭାବକଙ୍କ ଭୂମିକା, ଛାତ୍ରଛାତ୍ରୀଙ୍କ ପ୍ରତି ସରକାରୀ ସୁବିଧା ସୁଯୋଗର ଉପଲବ୍ଧତା ବିଷୟରେ ଆଲୋକପାତ କରିଥିଲେ । ରାମପୁର, ମାୟାବର୍ହା, ବାଙ୍କୀପାଲି, ବେହେରାମାଲ କ୍ଲଷ୍ଟରର ପ୍ରାୟ ୪୦ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅବିଭାବକ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ଉମାକାନ୍ତ ତ୍ରିପାଠୀ, ଚୌହାନକୁମାର ଦାଶ, ରେଣୁକା ଦାଶ, ବିଭୁତି ରଥ, କୁଶ ଭୋଇ, ଶିକ୍ଷୟିତ୍ରୀ ସୁଜାତା ସାହୁ, ତରଙ୍ଗିନୀ ମହାପାତ୍ର, ରୀନା ବାଗ, ନମିତା ସାହୁ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୁଧୀର ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post