pakka

ଘଣ୍ଟାପଡାଠାରେ ଆଞ୍ଚଳିକ କ୍ଲବ ଗଠିତ : ଦେବରାଜ ସାହୁ ସଭାପତି, ଶ୍ରୀପତି ମଲିକ ସଂପାଦକ

kalikesh

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ବନ୍ୟା ଆଶ୍ରମ ସ୍ଥଳୀଠାରେ ଘଣ୍ଟାପଡା ଜୋନ ନଂ‐୧ ଅଞ୍ଚଳର ଜନସାଧାରଣଙ୍କୁ ନେଇ ଏକ ସାଧାରଣ ବୈଠକ ଦେବରାଜ ସାହୁଙ୍କ ଆହ୍ବାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ମନ୍ଦରଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଞ୍ଚଳର ବିକାଶ ନିମନ୍ତେ ଏକ ସଂଗଠନର ଆବଶ୍ୟକତା ରହିଥିବା ବିଷୟରେ ଆଲୋଚନା ହୋଇଥିଲା ଏବଂ ଆଞ୍ଚଳିକ କ୍ଲବ, ଘଣ୍ଟାପଡା ନାମରେ ନାମିତ କରାଯାଇଥିଲା । ସର୍ବ ସମ୍ମତିକ୍ରମେ ଦେବରାଜ ସାହୁ ସଭାପତି, ନିଳାଞ୍ଚଳ ଭୋଇ ଓ ସୁଶାନ୍ତ ମାଝୀ ଉପ‐ସଭାପତି, ଶ୍ରୀପତି ମଲିକ ସଂପାଦକ, ପ୍ରଶାନ୍ତ ରଣା ସହ ସଂପାଦକ ଓ ମନ୍ଦରଧର ବେହେରାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଉପଦେଷ୍ଟା କମିଟିରେ ଦିଗାମ୍ବର ସାହୁ, ବିଦ୍ୟୁତବନ୍ଧୁ ସାହୁ, ଝସକେତନ ରଣା, ଅନନ୍ତ ଚରଣ କ୍ଷେତୀଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସୁଶାନ୍ତ ବାରିକ, ରୀତିବନ୍ତ ସାହୁ, ସୂର୍ଯ୍ୟମଣି ମେଷୁଆ, ଅବିନାଶ କମ୍ପ, ବାସୁଦେବ ସାହୁ, ନିରଞ୍ଜନ ମଲିକ, ହେମରାଜ ରଣାଙ୍କୁ ଚୟନ କରାଯାଇଛି । ପ୍ରଭାତ ସାହୁ, ବଂଶୀଧର ମାଝୀ, ଶଙ୍କର୍ଷଣ ସାହୁ ପ୍ରମୁଖ ଗଣମାଧ୍ୟମ ସଂଯୋଜକ, ଅଶୋକ ସାହୁ ସାଂସ୍କୃତିକ ସଂଯୋଜକ ଏବଂ ସୁଶାନ୍ତ କଅଁରଙ୍କୁ ପ୍ରବକ୍ତା ଭାବେ ମନୋନୟନ କରାଯାଇଛି । ପ୍ରଭାତ ସାହୁ ପରିଚାଳନା କରିଥିଲେ । ଶ୍ରୀପତି ମଲିକ ଧନ୍ୟବାଦ ଦେଇଥିଲେ । ଆଗାମୀ ଦିନରେ ସଂଘ ଘଣ୍ଟାପଡା ଅଞ୍ଚଳରେ ବିଭିନ୍ନ ସମାଜ ସଚେତନତା କରିବା ସହ ସାମୁହିକ ବିକାଶଧାରା ପ୍ରତି ଯତ୍ନଶୀଳ ହୋଇ କାର୍ଯ୍ୟ କରିବ ବୋଲି ସଭାପତି ଶ୍ରୀସାହୁ କହିଛନ୍ତି ।

pp
Leave A Reply

Your email address will not be published.

seventeen − three =