pakka

ଦିବଙ୍ଗତ ଶିକ୍ଷକ ଦ୍ୱୟଙ୍କ ସ୍ମୃତିସଭା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ଗ୍ରାମର କୃତି ଶିକ୍ଷକ ଅମିନ ଚନ୍ଦ୍ର ବିଶ୍ୱାଳ ଓ ଅଭୟମୁଖି ରାମଚନ୍ଦ୍ରପୁରର ଆଦର୍ଶ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ଭୋଇଙ୍କ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ପରିବାର ଏବଂ ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ସଂଘ ସଭାପତି ପ୍ରହଲ୍ଲାଦ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଇଓ ନିରଞ୍ଜନ ପାତ୍ର, ଏବିଇଓ ଯୁଧିଷ୍ଠିର ପରିଡ଼ା, ଶିକ୍ଷକ ନେତା ରାମନାରାୟଣ ମିଶ୍ର, ସୋମନାଥ ନନ୍ଦ, ମିଟୁ କିଶୋର ପ୍ରଧାନ, ପବିତ୍ର ଜେନା, ସୂର୍ୟ୍ୟ ସେଠୀ, ସୁବକ୍ତା ସନ୍ତୋଷ ମହାନ୍ତି, କୁନ୍ତଳା ବିଶ୍ବାଳ, ପ୍ରଧାନ ଶିକ୍ଷକ ଅନନ୍ତ ସାହୁ, ନିରଞ୍ଜନ ସାହୁ, ଦିଗମ୍ବର ରଥ, ରବୀନ୍ଦ୍ରନାଥ ବେହେରା, ଗୋପାଳ ମହାପାତ୍ର, ରମେଶ ପ୍ରଧାନ, ସନ୍ତୋଷ ମିଶ୍ର, ପ୍ରଶାନ୍ତ ଦାସ, ଛାଟୋଇ ମୋତିଲାଲ, ପ୍ରଦୀପ ସେଠୀ, ସୁରେନ୍ଦ୍ର ସାହୁ, ଶିକ୍ଷକ ଅଭୟ ସାହୁ, ଦିଲିପ ନାୟକ, ଫକିର ଦାସ ବରିଷ୍ଠ ଶିକ୍ଷକ ଜଗବନ୍ଧୁ ସାହୁ, ପ୍ରମୋଦ ମିଶ୍ର, ଗୋଲକ ବରାଳ, ରମେଶ ରାଉତ, ଉମେଶ ମହାନ୍ତି, ଛାତ୍ରୀ ଝରଣା ଦାସ, ସମାଜସେବୀ ଦିବାକର ପ୍ରଧାନ, ପ୍ରତାପ ଦାସ, ପ୍ରଶାନ୍ତ ମହାପାତ୍ର, ସିଆର୍‌ସିସି ଅମରେନ୍ଦ୍ର ପ୍ରଧାନ, ଲୋକନାଥ ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ସ୍ଵର୍ଗତ ବିଶ୍ୱାଳଙ୍କ ସଙ୍ଘୀୟ ଆନ୍ତରିକତା, ଛାତ୍ର ବତ୍ସଳତା, ନିର୍ଭୀକତା, ସୁଶୈକ୍ଷିକ କାର୍ୟ୍ୟ ଓ ସୁଲେଖା ଭଳି ଅନେକ ସୁଗୁଣାବଳିଗୁଡିକର ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ସେ ସାତିକପୁର ବିଦ୍ୟାଳୟରେ ବହୁତ ଦିନ ଶିକ୍ଷକତା କରିବା ସହ ସିଆର୍‌ସିସି ଭାବେ ମଧ୍ୟ କାର୍ୟ୍ୟ କରିଥିଲେ । ଦିବାକର ବିଶ୍ୱାଳ ଓ କ୍ଷେତ୍ରବାସୀ ଆଳୁକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ଅଭୟମୁଖି ରାମଚନ୍ଦ୍ରପୁର ଠାରେ ପ୍ରଧାନଶିକ୍ଷକ ଗଙ୍ଗାଧର ମଲିକ, ସିଆର୍‌ସିସି କୈଳାସ ସ୍ବାଇଁ, ଶିକ୍ଷକ ଦିଲିପ ପ୍ରଧାନ, ରବୀନ୍ଦ୍ର ନାୟକ, ଦୁଃଶାସନ ସାହୁ, ପୂର୍ଣ୍ଣ ସାହୁ ପ୍ରମୁଖ ଯୋଗ ଦେଇ ରତାପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ସରଳତା, ମଣିଷ ପଣିଆର କଥାକୁ ମନେପକାଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven − 1 =