ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଗୋଟିଏ ରାତ୍ରରେ ତିନୋଟି ସ୍ଥାନରୁ ସିରିଜ ଚୋରୀ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଶନିବାର ମଧ୍ୟ ରାତ୍ର ପରେ ପରେ ବାଲିଗୁଡା ଟାଉନର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ ଷ୍ଟୋରର ଦୁର୍ବୁତ୍ତ ତାଲା ଭାଙ୍ଗି ଦୋକାନରେ ପଶି ନଗଦ ୭ରୁ ୮ ହଜାର ଟଙ୍କା ଓ କିଛି ଖୁଚୁରା ପଇସା ଚୋରୀ କରି ନେଇଥିବା ବେଳେ ନୁଆସାହି କଳ୍ପନା ଛକ ନିକଟରେ ଥିବା ବିଶ୍ଵମ୍ବର ପାତ୍ରଙ୍କ ହୋଟେଲରୁ କିଛି ପଇସା ପତ୍ର ଓ ଜିନିଷ ପତ୍ର ଏବଂ ଅମିତ ଇଲେକ୍ଟ୍ରିକାଲ ଦୋକାନର କାଠ ପଟା ଭାଙ୍ଗି କିଛି ଇଲେକ୍ଟ୍ରି ଜିନିଷ ଚୋରୀ କରି ନେଇଥିବା ଜଣାପଡିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ତଦନ୍ତ ଜାରୀ ରଖିଛି । ଖୋଦ ବାଲିଗୁଡା ଟାଉନ ରେ ଦିନ ହେଉ କିମ୍ବା ରାତି ହେଉ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରୁ ନଥିବାରୁ ଚୋରୀ, ରାହାଜାନି ସହ ଛୋଟ ବଡ଼ ଦୁର୍ଘଟଣାମାନ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।