ଚୋରି କରିଥିଲେ ପାଣି ପମ୍ପ, ଗିରଫ କଲା ଆଗଲପୁର ପୋଲିସ

ଆଗଲପୁର, (କେପିଏନ୍‌ଏସ୍‌) : ଚୋରି କରିଥିଲେ ପାଣି ପମ୍ପ । ଗିରଫ କଲା ଆଗଲପୁର ପୋଲିସ । ସୂଚନା ଅନୁସାରେ ଆଗଲପୁର ଥାନା ଅନ୍ତର୍ଗତ ବାବୁପାଲି ଗାଁରେ ପାଣି ପମ୍ପ ଚୋରି ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଆଗଲପୁର ପୋଲିସ ଗିରଫ କରି ସେମାନଙ୍କଠାରୁ ଚୋରି ପାଣି ପମ୍ପ ଜବତ୍ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ବରପଦର ଗାଁର ସୁଶାନ୍ତ ଭୋଇ(୨୮), ସୁଜିତ ରାଉତ(୨୦) ଏବଂ ବାବୁପାଲି ଗାଁର ମଦନ ଭୋଇ(୨୮) ଓ କଳ୍ପ ଖମାରୀ(୨୨) । ଗିରଫ ୪ ଅଭିଯୁକ୍ତଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

4 × three =