ଚୋର ସକ୍ରିୟ : କାହାର ପୌଷ ମାସ ତ’ କାହାର ସର୍ବନାଶ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଂଚଳରେ ଥିବା ଝାରବନ୍ଧ ଓ ଜଗଦଲପୁର ଥାନା ଦୁଇଟି ଛତିଶଗଡ ସୀମାନ୍ତ ନିକଟରେ । ଜଗଦଲପୁର ଥାନା ଅଂଚଳରେ ଜୁଆଖେଳ, ବାଲି, ପାହାଡରୁ ପଥର ଚାଲାଣ, ମହୁଲି ରନ୍ଧାମଦ କାରବାର ବୃଦ୍ଧିପାଇବାରେ ଲାଗିଥିବା ବେଳେ ଝାରବନ୍ଧ ଟାଉନରେ ଏଇକିଛିଦିନ ତଳେ ଚୋର ଦଳଟିଏ ସକ୍ରିୟ ହୋଇ ବିଭିନ୍ନ ଜଗୋରେ ସ୍ପ‌ଷ୍ଟ ଦିବାଲୋକରେ ଚୋରୀ କରିବାରେ ସଫଳ ହୋଇଛନ୍ତି । ଚାନ୍ଦିନୀ ଚୌକ ଛକରେ ଥିବା କ୍ରିଷ୍ଣା ମୋବାଇଲ ଦୋକାନରୁ ନାମିଦାମୀ ୧୦ ଟି ମୋବାଇଲ ଚୋରୀ ହୋଇଥିବା ବେଳେ କ୍ରମାଗତ ଭାବେ ଚୋର ସକ୍ରିୟ ହୋଇ ଏକ ପ୍ରକାର ର ସ୍ଥାନୀୟ ପୋଲିସକୁ ଚ୍ୟାଲେଂଜ୍ ପୂର୍ବକ ଓଆର-୧୭ କେ ୭୧୨୯ ନମ୍ବର ଥିବା ଏକ ଲାଲରଂଗର ସି.ଡି.ଡିଲକ୍ସ ମଟର ସାଇକେଲ ଚୋରୀ ହୋଇ ଯାଇଥିଲା । ଗାଡିର ମାଲିକ ଗୋବିନ୍ଦ ସାହୁ ଗ୍ରାମ କୁତନାର ହୋଇଥିବା ବେଳେ କନ୍ଦାଡଙ୍ଗର ନିବାସୀ ଇନ୍ଦ୍ରମଣୀ ଦୁବେଙ୍କ ସିଜି-୦୬ ଜି.ବି-୧୫୪୨ ଲାଲ ରଙ୍ଗର ଗ୍ଲେମର ଚୋରୀ ହୋଇଥିଲା । ସେହିପରି ଝାରବନ୍ଧର ରାଜେଶ ପ୍ରଧାନ ଙ୍କ ବ୍ଲୁ ରଂଗର ନମ୍ବର ବିହୀନ ମଟର ସାଇକେଲ ଚୋରି ହୋଇଯାଇଛି । ଠିକ ସେମିତି ଏଠାକାର ଧରିତ୍ରୀ ସଂବାଦପତ୍ରର ସାମ୍ବାଦିକ ଦେବେନ ସାହୁଙ୍କ ଘରୁ ୪ ଗୋଟି ମୋବାଇଲ ଚୋରୀ ହୋଇଯାଇଛି । ଏସମ୍ପର୍କରେ ଚୋରୀ ହୋଇଥିବା ମଟରସାଇକେଲର ମାଲିକମାନେ ପୃଥକ ପୃଥକ ଭାବେ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି । ଠିକ ସେଭଳି କ୍ରିଷ୍ଣା ମୋବାଇଲ ମାଲିକ ତଥା ସାମ୍ବାଦିକ ଦେବେନ ସାହୁ ମଧ୍ୟ ଲିଖିତ ଭାବେ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛୁ ସ୍ଥାନୀୟ ପୋଲିସକୁ ଚ୍ୟାଲେଜ କରୁଥିବା ଚୋର ଦଳ ପୋଲିସ ଷ୍ଟେସନ ଅଂଚଳରେ କେମିତି ବିନାଭୟରେ ଗୋଟିଏ ପରେ ଗୋଟିଏ ଚୋରୀ କାମ ଭିଆଁଇ ଚାଲିଛନ୍ତି । ଚୋରୀ ହୋଇଥିବା ମଟର ସାଇକେଲ ଗୁଡିକ ତଥା ମୋବାଇଲ ଗୁଡିକ ଉଦ୍ଧାର କରିବା ସହ ଚୋରଙ୍କୁ ଧରି ଆପାଦମସ୍ତକ ପ୍ରଦାନ କଲେ ଆହୁରି ଅନେକ ଗୁଡିଏ ଭିଆଁଇ ଥିବା ଚୋରୀ ଘଟଣା ଲୋକଲୋଚନକୁ ଆସି ପାରନ୍ତା । ଏବେ ପୋଲିସ ବିଭାଗର ପାରିବା ପଣିଆ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.