
ବଲାଙ୍ଗିର, (କେପିଏନ୍ଏସ୍) : ବାଇକ୍ ଚୋରଙ୍କୁ ଧରିଲା ବଲାଙ୍ଗିର ଟାଉନ୍ ପୋଲିସ । ଚୋରି କରିଥିଲେ ବାଇକ୍ ଏବେ ପୋଲିସ ହାତରେ ଧରାପଡ଼ି ଜେଲ୍ ହାଜତ୍କୁ ଗଲେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୭ ତାରିଖ ଦିନ ସଂଧ୍ୟାରେ ବଲାଙ୍ଗିର ସହରର ଜଗନ୍ନାଥପଡ଼ା ଜଗନ୍ନାଥ ମନ୍ଦିର ସାମ୍ନାରୁ ଏକ ହିରୋ ହଣ୍ଡା ବାଇକ୍ ଚୋରି ହୋଇଥିଲା । ଏସଂପର୍କରେ ଗତ ୫ ତାରିଖ ଦିନ ବାଇକ୍ ମାଲିକ ଚତୁଃର୍ଭୁଜ ରାଉତଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ବଲାଙ୍ଗିର ଟାଉନ ଥାନା ପୋଲିସ । ଶେଷରେ ବାଇକ୍ ଚୋରଙ୍କୁ ଧରିବା ସହ ଚୋରି ବାଇକ୍ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ଏହି ମାମଲାରେ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନସ୍ଥ କୁମ୍ଭାରୀ ଗାଁର ଜିତେନ ସାହାଣୀ ଓରଫ୍ ଜିତେନ୍ଦ୍ର(୨୩), ଅଜୟଦେବ ଦାସ ଓରଫ୍ ମୁସିକା(୨୧) ଓ ସତ୍ୟ ଦାସ(୨୧) ଗିରଫ୍ ହୋଇଥିବା ବଲାଙ୍ଗିର ଟାଉନ୍ ଥାନା ଆଇଆଇସି ଅବନୀ କୁମାର ସାହୁ ସୂଚନା ଦେଇଛନ୍ତି । ତେବେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ବାଇକ୍ ଚୋରଙ୍କୁ ରିମାଣ୍ଡରେ ଆଣି ଆହୁରି ଚୋରି ହୋଇଥିବା ବାଇକ୍ ଗୁଡ଼ିକର ସନ୍ଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।