ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ବ୍ଲକ ଖୁଜେନପାଲି ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରା.ପ.ରୁ ଜଣେ ଏବଂ ଗୁଡ଼ଭେଲା ବ୍ଲକ ମାଢେ଼କେଲା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ମାତ୍ର ୧୫ ଜଣ ଏକ୍ଟିଭ୍ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା କୁହାଯାଇଛି ।