om academy

କୁଡାସିଙ୍ଗା ଗ୍ରାମରେ ଜଣେ ୩ ବର୍ଷର ଶିଶୁ କନ୍ୟା ଛାତ ଉପରୁ ପଡି ଗୁରୁତର ଆହତ

jsm

କୁଡାସିଙ୍ଗା, (ମନିଷ କୁମାର ସାହୁ) : ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଡାସିଙ୍ଗା ଗ୍ରାମରେ ଆଜି ଅପରାହ୍ନ ୪ଟା ସମୟରେ ଛାତ ଉପରୁ ଖସି ଜଣେ କୋମଳମତି ଶିଶୁ କନ୍ୟା ଗୁରୁତର ଆହତ ହେବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ମତେ କୁଡାସିଙ୍ଗା ଗ୍ରାମର କୁନା ବେହେରାଙ୍କ ୩ ବର୍ଷର ଝିଅ ଆବାସ ଗୃହ ଛାତରେ ଚଢି ଖେଳୁଥିବା ସମୟରେ ଅସାବଧାନତା ଯୋଗୁଁ ହଠାତ ତଳକୁ ଖସି ପଡ଼ିଥିଲା । ଏହା ଦେଖି ପାଖ ପଡୋଶୀ ଓ ପରିବାର ଲୋକେ ତୁରନ୍ତ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଶିଶୁଟିର ଥୁଡିରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତ ସ୍ରାବ ହେଉଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.